STORYMIRROR

rasmi maye pati

Romance

3  

rasmi maye pati

Romance

ଶୀତ

ଶୀତ

1 min
206


କେଉଁ ରାଇଜ ର ଅନିନ୍ଦ୍ୟ ସୁନ୍ଦରୀ

   କିଏ ତା ରାଜ କୁମାର

କେଉଁ ରାଜ ଜେମା ରୂପ ରେ ଗୁଣ ରେ

  ନାହିଁ ତାର ପଟାନ୍ତର।

ରାଜା ପୁଅ ଆସି ଦିଏ ଉପହାର

  ପ୍ରାଣ ପ୍ରିୟା ପ୍ରିୟତମା

ହିମ ବିନ୍ଦୁ ସବୁ କରି ଏକତ୍ରିତ

  ଢାଳି ଦିଏ ସବୁଜିମା।

କର ପଲ୍ଲବ ରେ ମୁକ୍ତା ସମ ହିମ

  ଧରି ଆଞ୍ଜୁ ଳ। ଆଞ୍ଜୁଳା 

ଭେଟି ଦେଲା ପ୍ରିୟ ତାର ପ୍ରିୟା ପାଶେ

   ସମୀର ବହେ କୋହଲା ।

ଶୀତଳ ସମୀର କରି ଅର୍ଘ୍ୟ ଥାଳି

   ଖେଳିଗଲା ପ୍ରଭଞ୍ଜନ

ତୃପ୍ତ ବସୁମତୀ ଶାନ୍ତ ହୋଇଗଲା

  ଘୁଞ୍ଚିଗଲା କଷ୍ଟ ଉଷ୍ମ ।

ଗେଣ୍ଡୁ ଡାଲି ଆ ରେ ଜିନିଆଁ ମାଳତୀ

  ଲାଗେ ସତେ ମୁକ୍ତା ମାଳା

ଆସି ପ୍ରିୟତମ ତା ପ୍ରିୟା ଗଳା ରେ

  ଵିମୁଗ୍ଧେ ଲମ୍ବାଇ ଦେଲା ।

ବହୁ ପ୍ରତୀକ୍ଷିତ ବସୁମତୀ ରାଣୀ

  ପାଇଲା ଶୀତଳ ସ୍ପର୍ଶ

ବସୁମତୀ ପ୍ରିୟା ଶୀତ ପ୍ରିୟତମ

 ଧରା କୁ ପ୍ରବେଶେ ଶୀତ

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance