STORYMIRROR

JAMINEE JYOTI JENA

Romance

3  

JAMINEE JYOTI JENA

Romance

ଜହ୍ନରାତି ର କଥା...

ଜହ୍ନରାତି ର କଥା...

1 min
208

ପ୍ରେମ ର ସହରେ ହଜିଥିଲି ଦିନେ...ଠିକଣା ବିହୀନ ହୋଇ..


କେଉଁ ଜହ୍ନ ମୋତେ ଛୁଇଁ ଜଗାଇଲା... ତା ଛୁଆଁ ପରଶ ଦେଇ


 ସ୍ପର୍ଶ ତାହାର ଯେ ଶୀତଳ ପବନ.. ପଥର ତରଳି ଯିବ


ଛୁଆଁ ରେ ତାହାର କି ଯେ ଯାଦୁ ଥିଲା କ୍ଷଣେ ମନ ହଜିଯିବ


 ସେ ଜହ୍ନ ରାତିରେ ପ୍ରେମ ର ସହରେ ବାଟବଣା ମୁଁ ପଥିକ


ମନ ଚାହୁଁଥିଲା ହଜିଯାନ୍ତିକି ଧରି ତା କୋମଳ ହାତ


 ଜହ୍ନ ପରି ସିଏ ଶୀତଳ ସୁନ୍ଦର ଜହ୍ନ ରାତି ପରି ଆଖି


ରାତି ଅନ୍ଧାର ର ଆଚ୍ଛନ ସତ୍ବେ ବି ଆଖି ଗଲା ମୋର ଲାଖି..


ପାଉଁଜି ଶବ୍ଦ ର ରୁଣୁଝୁଣୁ ଆଉ କହରା କେଶ ର ବାସ୍ନା


ପାଗଳ ସାଜିଲି ସେ ଅନାମିକା ପାଈଁ ନାଁ ତାର ମୁଁ ଜାଣେନା


ସତେ କି ଦେଖିବି ଆଉଥରେ ତାକୁ ସକାଳ ସୂର୍ଯ୍ୟ କିରଣେ


ଥରୁଟେ କହିବି ମନ କଥା ମୋର...


ତୁମେ ଜହ୍ନ ନାଁ ଜହ୍ନ ରାତିର ଅପ୍ସରୀ ଜଣେ? 


Rate this content
Log in

Similar oriya poem from Romance