STORYMIRROR

Samar Ballav Bhoi

Romance Inspirational

3  

Samar Ballav Bhoi

Romance Inspirational

କବିତା ଆସେ ମନରେ

କବିତା ଆସେ ମନରେ

1 min
190

 


ପଶ୍ଚିମରେ ସ୍ବର୍ଯ୍ୟ ଅସ୍ତ ହେଲେ

ଅନ୍ଧାର ଆସେ ଦୁନିଆରେ ।।


ପରାଚୀ ଆକାଶେ ଚନ୍ଦ୍ର ଉଦୟ ହେଲେ

ଜ୍ୟୋତ୍ସ୍ନା ବିଛାଡି ପଡେ 

କୋମଳ ବସୁନ୍ଧରା ବକ୍ଷରେ ।।


ସମୁଦ୍ରର ଜଳରାଶି ଫୁଲିଉଠେ

ଅମାବାସ୍ୟା ଓ ପୂର୍ଣ୍ଣିମା ଦିନ ଆସିଲେ।।


ବଗିଚାରେ ଫୁଲ ଫୁଟିଲେ

ଭ୍ରମର ଆସେ ମଧୁର ଳାଳସାରେ ।।


ବସନ୍ତ ଋତୁ ଆସିଲେ

କୋକିଳ ଗୀତ ଗାଏ ପଞ୍ଚମ ତାଳରେ।।


ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଲେ

ବନ୍ୟା ଆସେ ନଦୀରେ ।।


ଭାବଟିଏ ଭଉଁରି କାଟିଲେ

କବିତାଟି ଆସେ ମନରେ।।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance