STORYMIRROR

Bibhuti Bhusan Mohanty

Romance Inspirational

3  

Bibhuti Bhusan Mohanty

Romance Inspirational

ଦୀପାବଳୀର ଦୀପଟିଏ ଏମିତି ହୁଅନ୍ତା

ଦୀପାବଳୀର ଦୀପଟିଏ ଏମିତି ହୁଅନ୍ତା

1 min
221


ଏକ ଦୀପ ଏମିତି ବି ହୁଅନ୍ତା,

ଯାହ ହୃଦୟର ଗଭୀରତମ ପ୍ରଦେଶକୁ ଆଲୋକିତ କରନ୍ତା...

ଏକ ଦୀପ ଏମିତି ବି ହୁଅନ୍ତା,

ଯାହା ମୃତ ଜୀବନରେ ଆସି କିଛି ଶ୍ୱାସ ଭରନ୍ତା...

ଏକ ଦୀପ ଏମିତି ସାଧାସିଧା ହୁଅନ୍ତା

ଯେମିତି ସରଳ ସାଧୁଙ୍କ ଜୀବନକୁ ଦର୍ଶନ୍ତା

ଏକ ଦୀପ ଏମିତି ସୁନ୍ଦର ହୁଅନ୍ତା

ଯେମିତି ଦେବତାଙ୍କ ବଗିଚା ପରି ଦିଶନ୍ତା

ଏକ ଦୀପ ଏମିତି ବି ହୁଅନ୍ତା

ଯିଏ ସମାଜରୁ ଉଚ୍ଚ ନୀଚ ଭେଦ ଦୁର କରନ୍ତା

ଏକ ଦୀପ ଏମିତି ବି ହୁଅନ୍ତା

ଯିଏ ପ୍ରତି ରାତି ପରେ ସକାଳ ଆସେ ବୋଲି ମନେ ପକେଇଦିଅନ୍ତା....

ଏକ ଦୀପ ସେମାନଙ୍କ ପାଇଁ ହୁଅନ୍ତା,

ଯାହାଙ୍କ ଘରେ ଦୀପ ହିଁ ନାହିଁ...

ଏକ ଦୀପ ସେଇ ବିଚରାଙ୍କ ପାଇଁ ହୁଅନ୍ତା,

ଯାହାଙ୍କର ଘର ହିଁ ନାହିଁ।

ଏକ ଦୀପ ସୀମା ରକ୍ଷକ ଆମ ବୀର ଯବାନ ପାଇଁ ହୁଅନ୍ତା

ଏକ ଦୀପ ମାନବତ୍ୱ ରକ୍ଷକ ଅଳ୍ପସଂଖ୍ୟକ ଲୋକ ଙ୍କ ପାଇଁ ହୁଅନ୍ତା...

ଏକ ଦୀପ ବିଶ୍ୱାସ ଦିଅନ୍ତା ତାଙ୍କୁ

ଯାହାର ବିଶ୍ୱାସ ତୁଟି ଯାଇଛି,

ଏକ ଦୀପ ଯିଏ ଆଲୋକିତ କରନ୍ତା

ଯାହା ଜୀବନ ଅନ୍ଧକାରରେ ଛାଇଯାଇଛି...

ଏକ ଦୀପ ଏମିତି ହି ହୁଅନ୍ତା,

ଯାହା ହୃଦୟର ଗଭୀରତମ ପ୍ରଦେଶକୁ ଆଲୋକିତ କରନ୍ତା

ଏକ ଦୀପ ଏମିତି ବି ହୁଅନ୍ତା,

ଯିଏ ଆମକୁ ଉଚିତ ମାର୍ଗରେ ଚାଲିବାକୁ ଶିକ୍ଷା ଦିଅନ୍ତା.....

ପ୍ରକାଶର ପର୍ବ ଦୀପାବଳୀର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance