STORYMIRROR

Gangotri Priyadarshini

Romance

3  

Gangotri Priyadarshini

Romance

କିଛି କହିବାର ଥିଲା

କିଛି କହିବାର ଥିଲା

1 min
254


କହୁନ କୁହ......

କଣ କହିବାକୁ ଚାହଁ

କିଛି ଦୂର ସାଥିହୋଇ ଯିବା ???

ଖଣ୍ଡେ ଦୂର ଆଖିର ଆଢୁଆଳରୁ

ସେମିତି କଣ ସମ୍ଭବ

ସେ ପରା ଜଗି ବସିଛି

ମଳୟକୁ , ଶ୍ରାବଣକୁ

ଝରି ଯାଉଛି ତାର ବହୁମୂଲ୍ୟ ପ୍ରେମାଶ୍ରୁ !!!


ଏତେ ବ୍ୟଗ୍ର କାହିଁକି

ଅପେକ୍ଷା ଟିକେ କର ସାଥି

ବୟସର ଅପରାହ୍ନକୁ

ସୁଶିତଳ କଦମ୍ବ ବନ

ମାେ ଗାଆଁ ନଈ କୂଳ

ଯିଏ ଯାହା କହୁଛି କହୁ

ଆଉ କାହିଁକି ଡରିବା ଦୁନିଆକୁ !!!


ଦରବୁଜା ଆଖିରେ ,

ଶୁଣୁଥିବି ମୁଁ ତୁମ ପ୍ରକମ୍ପିତ ସ୍ୱର

ଆତ୍ମହରା ହୋଇ ଖୋଜୁଥିବି 

ତୁମ ସେ ଯୁବ ସୁଲଭ ଆତ୍ମିୟତା

ସତେ କି ତୁମକୁ ଫେରି ପାଇବି 

ତୁମକୁ କେବଳ ତୁମକୁ, ସଙ୍ଖୋଳି ନେବି

ମାେ ହଜିଲା ଧନ ପରି ମାେ ହୃଦୟ ବନ୍ଧନୀକୁ !!!


ଆଜି ବି ମୁଁ ତୁମ ପାଇଁ କରେ

ମନ ସହ ଦ୍ଵନ୍ଦ୍ୱ 

କାହିଁ ମୁଁ ହାରେ ବାର ବାର

ମାେ ନିଜ ପ୍ରଶ୍ନ ବାଣରେ ଜର୍ଜରିତ ହୁଏ

ତୁମ ପାଖେ ଅଧିକାର ଜାହିର ଯେବେ କରେ ନିଃଶବ୍ଦରେ !!!


ମଥାନତ ହୁଏ ମୋର

ଉନ୍ମୁକ୍ତ କବରୀରେ ଯେବେ

ତାରା ଫୁଲ ହୁଅନ୍ତି ଫୁଲେଇ

ଛିଗୁଲେଇ କହି ଯାଏ ଜହ୍ନ

ତୁମେ କାଳେ ମାେ ପାଇଁ ଦିବା ସ୍ଵପ୍ନ !!!


ମହ ମହ ବାସ୍ନା ଖେଳି ଯାଏ

ତୁମ ହାତ ଲେଖା ପୁରୁଣା ଚିଠି

ଯେବେ ତୁମ ମିଳନର ତିଥି 

ଏକା ନିଃଶ୍ଵାସରେ କହି ଦେଇ ଯାଏ

ବୁଝି କି ପାରିବ କେବେ ମନ ତଳେ

କେତେ ପ୍ରେମ ବହ୍ନି ହୁ ହୁ ହୋଇ ଜଳେ !!!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance