STORYMIRROR

Pradesh Pratyush

Romance Others

3  

Pradesh Pratyush

Romance Others

ପାଣିଗାର

ପାଣିଗାର

1 min
164

ତୋ ଆଖିର ମିଛ ଲୁହରେ

ମୁଁ ହୋଇଗଲି ମୋହ 

ତୋ ପ୍ରୀତିର ପାପ ସ୍ପର୍ଶରେ

ମୋ ଜୀବନେ ଖାଲି କୋହ।


ତୁ ଦେଇଥିଲୁ ଯେଉଁ କଥା

ପାଣି ଗାର ହୋଇ ଗଲା

ତୁ ଲେଖିଥିଲୁ ଯେଉଁ ଚିଠି

ବଦନାମ କରିଦେଲା ।


ତୁ ଲିଭେଇ ଦେଇଛୁ

ସେଇ ଶ୍ରଦ୍ଧା ଆଲୋକକୁ

ଯାହା ଆମକୁ ଆଲୋକିତ କରୁଥିଲା..


ଦିନ ମାସ ବର୍ଷ ସଞ୍ଜ ସକାଳ

ରଜନୀ ଦିବସ 

ତୋ ପ୍ରତାରଣା କଣ୍ଟା

ମୋତେ ଦେଉଛି ଖାଲି ଆଘାତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance