ପାଣିଗାର
ପାଣିଗାର
ତୋ ଆଖିର ମିଛ ଲୁହରେ
ମୁଁ ହୋଇଗଲି ମୋହ
ତୋ ପ୍ରୀତିର ପାପ ସ୍ପର୍ଶରେ
ମୋ ଜୀବନେ ଖାଲି କୋହ।
ତୁ ଦେଇଥିଲୁ ଯେଉଁ କଥା
ପାଣି ଗାର ହୋଇ ଗଲା
ତୁ ଲେଖିଥିଲୁ ଯେଉଁ ଚିଠି
ବଦନାମ କରିଦେଲା ।
ତୁ ଲିଭେଇ ଦେଇଛୁ
ସେଇ ଶ୍ରଦ୍ଧା ଆଲୋକକୁ
ଯାହା ଆମକୁ ଆଲୋକିତ କରୁଥିଲା..
ଦିନ ମାସ ବର୍ଷ ସଞ୍ଜ ସକାଳ
ରଜନୀ ଦିବସ
ତୋ ପ୍ରତାରଣା କଣ୍ଟା
ମୋତେ ଦେଉଛି ଖାଲି ଆଘାତ ।

