STORYMIRROR

Narayan Sethi

Romance Classics Inspirational

3  

Narayan Sethi

Romance Classics Inspirational

ଶୀର୍ଷକ : ତୁମ ଅପେକ୍ଷା ରେ

ଶୀର୍ଷକ : ତୁମ ଅପେକ୍ଷା ରେ

1 min
241


ମଥାରେ ସିନ୍ଦୁର

ଆଖିରେ କଜଳ

ନାଇ ତୁ ଆସିବୁ କେବେ 

ସାଇତି ରଖିଛି

ମନ ସିନ୍ଦୁକ ମୁଁ 

ଲୁଚେଇ ରଖିବି ତତେ....!!


ପାଦରେ ଅଳତା 

ପାଉଁଜି ରୁଣୁ ଝୁଣୁ କେତେ

ପାଦ ଚିପି ଚିପି 

ଆସିବୁ ଆଉ ତୁ କେବେ

ମନ ଏରୁଣ୍ଡି ରେ ପାଦ ଦବୁ 

ଅଳତା ର ପାଦ ଛବି ମୋ ଘରେ..!!


ସ୍ବପ୍ନ ରେ ଆସିକି

ଦେଖା ଦେଇ ଚାଲି ଯାଉ

ମନ କୁ ମୋ ଦୋହଲାଈ ଦେଇ

ସତରେ ଆସିବୁନା 

ମିଛରେ ଖେଳୁଛୁ ଲୁଚକାଳି....!!


ସଜାଡି ରଖିଛି

ସୁନ୍ଦର ଘରଟିଏ

ତୁଳସୀ ରଖିଛି ଅଗଣା ରେ

ଆସିଲେ ପୂଜା କରିବୁ

ନୀତି ସକାଳୁ ଆଉ ସନ୍ଧ୍ୟାରେ..!!


ମୋ ଘର ମୁରୁଜ ବେସ୍ତ ହେଲାଣି

ତୁ କେବେ ଆସିବୁ କହ ଥରେ

ତୋ ହାତ ର ଛୁଆଁ ପାଇବା ପାଇଁ

ଅପେକ୍ଷା ମୁଁ ଏଇ ଘରେ...!!


ମୋ ଘର ଠାକୁରାଣୀ

ରାଗିକି ବସିଛି 

ତୋ ଆସିବା ବିଳମ୍ବ ହେଲାଣି

ତୁ ମୋ ଘରକୁ ଆସିବାରେ...!!


ମୋ ଘର ସଞ୍ଜ ସଳିତା 

ତୋ ବାଟକୁ ଚାହିଁଛି

ତୁ ଆସିଲେ ଜଳିବୁ ବୋଲି

ରହିଛି ତୋ ଅପେକ୍ଷା ରେ.....




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance