STORYMIRROR

Satyabati Swain

Romance

3  

Satyabati Swain

Romance

ତା ଆଖିରେ

ତା ଆଖିରେ

1 min
157


ମୁଁ ଖୁବ୍ ଆତୁରେ,ଅଧୀର ହୋଇ

ଖୋଜୁଥିଲି ମାଟିରୁ ଆକାଶ

ପାଣିରୁ ପତର ପର୍ଯ୍ୟନ୍ତ

ଦେଖିବାକୁ ନିଜ ମୁହଁ

ତୁଇ ତ ଆସିଲୁ ଜୀବନେ

ମୋ ଆଗରେ ହୋଇ ବିରାଟ ଦର୍ପଣ

କହିଲୁ ନେ ଦେଖିବୁ ପରା

ନିଜ ମୁହଁ ଦେଖ୍

ପଢ୍ ନିଜ ଭିତର ଉଦ୍ ବେଳନ

ସପନ ଭର୍ତ୍ତୀ ଆଖିର ଭାଷା

ମୁଁ ନିଗିଡି ବହି ଗଲି

ତାକୁ ଜାବୁଡି ଧରିଲି

ସେ ମୋତେ ବି ଜଗଡି ଧରିଲା

ଜଣା ପଡ଼ିଲାଣି

କେତେବେଳେ ଆମ ଭିତରେ ପ୍ରେମ

ହୋଇଗଲା.....!!


ଆରେ ବାଃ ମୁଁ ତାଜୁବ ହେଲି

ସେଠି ଆଉ କେତେ

ଇପ୍ସିତ ମୁହଁଙ୍କ ଭିଡ଼

ଯାହାଙ୍କ ସହ ନିତି ଭେଟ ହୁଏ ମୋର

ଏକାନ୍ତରେ

ଶବ୍ଦରେ,କବିତାରେ ଅବା ଗପରେ

ସୌମ୍ୟା, ଭାଇ ଅମୀୟ

ସାନ ଭାଇ ତ୍ରିଲୋଚନ 

ଡ଼ଃ ଝରଣା ଶତପଥୀ

ରୀତା ଅପରାଜିତା

ଆଉ ତାଙ୍କୁ ବି

କଳାହାଣ୍ଡିର ଧଳା ଫୁଲ

ପ୍ରେମଶିଳା

ସାଗର ଭାଇ 

ରୋଜା ପଣ୍ଡାଙ୍କ ସହ

ଆହୁରି ଅନେକଙ୍କୁ।


ଇଚ୍ଛାଟିଏ ଅହରହ 

ମୋତେ କେଞ୍ଚୁଥିଲେ

ଦେଖିବାକୁ ଶବ୍ଦ ଚାତୁର୍ଯ୍ୟର ବାଦଶାହା

ପ୍ରକାଶିତ ଜ୍ୟୋତି ପ୍ରକାଶ ସାର୍ ଙ୍କୁ

ପୁଣି ସାକ୍ଷାତ ହେଲା ମେଘ ଦୂତର 

ଓଡ଼ିଆ ଅନୁବାଦ କରିଥିବା

ନମସ୍ୟ ବାଉରୀ ବନ୍ଧୁ ସାର୍ ଙ୍କୁ

ଆଉ ବି ବିଶ୍ୱେଶ୍ୱର ସାରଙ୍କୁ

ଯେ ଷ୍ଟେଜ୍ ଉପରେ କହିଲେ

ମୋର ଜଣେ ବଡ଼ ଫ୍ୟାନ ବୋଲି

ସେ ମୋତେ ଗତ କାଲି ଏସବୁ

ଅକାତରେ ଦେଲା

ସତରେ ମ

ନିଃସର୍ତ୍ତ ତାର ମୋ ପ୍ରତି ଭଲ ପାଇବା ଥିଲା।


ସବୁଠାରୁ ଖୁସିରେ ମୋତେ ସେ

ଉଡାଇ ନେଲା

ଯେତେବେଳେ ନ ଦେଖିବି

ଚିହ୍ନି ଗଲି 

କେବଳ ଏତେ

ଖୁସିରେ ଭିଜାଇଲା ନାହିଁ

ବରଂ ମୋ ହାତରେ ଗୁଂଜିଦେଲା

ଆମ ବିବାହ କାର୍ଡ

ନିହାତି ନିରୋଳା

ତା ଭଲ ପାଇବା ଢଙ୍ଗ


ସେଇଦିନୁ ତା ଆଖିରେ

ନିଜ ମୁହଁ ଦେଖୁଅଛି ମୁଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance