Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Romance

3  

KRUTIBAS NAYAK

Romance

କବିତା ପର୍ବ : ଗୀତି-କବିତା-17 : ତୁମେ : -ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : ଗୀତି-କବିତା-17 : ତୁମେ : -ଡକ୍ଟର କୃତ୍ତିବାସ ନାୟକ

1 min
231



ମୋ ମନରେ ତୁମେ ଭରିଲ ବିଶ୍ଵାସ ଦେଇ ପୂରା ଅଧିକାର,

ତୁମରି ଛୁଆଁରେ ତୁଟିଗଲା ମୋର ସଞ୍ଚିତ ଅହଂକାର |(0)


ଜୀବନଟା ଥିଲା ବଇଶାଖୀ ଖରା ସୀମାହୀନ ମରୁବାଲି ,

ତୁମରି ପରଶେ ବହିଲା ଶୀତଳ ବାଆ ଚୋରା ଚଇତାଳି |

ମନ ଆକାଶେ ମୋ ଜହ୍ନ ଉଇଁ ଆସେ ଦୂରକରି ଅନ୍ଧକାର |

ମୋ ମନରେ ତୁମେ ଭରିଲ ବିଶ୍ଵାସ ଦେଇ ପୂରା ଅଧିକାର | (1)


ବ୍ୟଥା ଯେତେ ମୋର ହୋଇଲା କବିତା ଦେଖୁଛି ମିଠା ସପନ,

ଅସଜଡ଼ା ମନ ଦେଇଛ ସଜାଡ଼ି ପିଣ୍ଡରେ ଭରି ଜୀବନ |

ତୁମ ବିନା ସିନା ମୋର ମନ-ପ୍ରାଣ ହୋଇଥା'ନ୍ତା ହାହାକାର |

ମୋ ମନରେ ତୁମେ ଭରିଲ ବିଶ୍ଵାସ ଦେଇ ପୂରା ଅଧିକାର | (2)



Rate this content
Log in

Similar oriya poem from Romance