STORYMIRROR

Gangotri Priyadarshini

Abstract Romance Inspirational

3  

Gangotri Priyadarshini

Abstract Romance Inspirational

ତୁମେ ହିଁ ସାଥୀ

ତୁମେ ହିଁ ସାଥୀ

1 min
182

ତୁମେ ଆଉ ମୁଁ

ଆମ ନିରବତା

ବେଳାଭୂମି ପରେ ଭାବି

ମାପୁଥିଲା ଯାହା ଲହଡ଼ି ଦୂରତା !!


ଅକୁହା କଥା 

ଅବ୍ୟକ୍ତ ବ୍ୟଥା

ଛାତି ତଳେ ଉଙ୍କି ମାରେ

ପ୍ରେମ ପାରାଵାରେ ହୃଦୟେ ସାଇତା !!


କଥା କୁହା ଆଖି

ପାରିବ କି ଦେଖି

ନିତି ବିଜନେ ପ୍ରତୀକ୍ଷା ଯାରେ

ସାଥୀ ପାଇଁ ଝୁରୁଥାଏ ପ୍ରୀତି ନିରୁତା !!


ତୁମେ କି ମୋ

ପରମ ପୁରୁଷ

ଜୀବନର ଯାତ୍ରା ପଥେ

ସାହଚର୍ଯ୍ୟ ଖୋଜେ ଆହେ ପ୍ରାଣ ଦେବତା !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract