STORYMIRROR

Dr. Rajib Lochan Panigrahy

Fantasy Others

4  

Dr. Rajib Lochan Panigrahy

Fantasy Others

ନିଦାଘ ଆସିଲେ

ନିଦାଘ ଆସିଲେ

1 min
9

ନିଦାଘ ଆସିଲେ 

କୃଷ୍ଣଚୁଡା ହସେ 

ନଥାଏ ଖାତିର ମନେ,

କାଳିଆ ଠାକୁର 

ଶୋଭା ପାଇଥାନ୍ତି 

ନାଇ କୃଷ୍ଣଚୂଡ଼ା ଫୁଲ,

ଗଛମାନଙ୍କରେ 

ରଙ୍ଗବେରଙ୍ଗର

କଅଁଳେ ନୁଆଁ ପତର,

କୋଇଲିଟା ବସି 

ରସାଳ ଡାଲରେ 

ଗାଏ କରି ପଞ୍ଚମ ସ୍ୱର,

ରାତି ହୋଇଗଲେ 

ପଡଇ କାକର 

ମଲ୍ଲୀ ଫୁଟି ହୁଏ ଵାସ,

ଗଙ୍ଗଶିଉଳି ମଧୁମାଳତୀ 

କେତେ ଫୁଟେ ଉପବନେ 

ତମାଳ ବଣମଲ୍ଲୀ 

ଫୁଟଇ ବନରେ 

ଚହଟାଏ ଚତୁଃର୍ଦିଗ 

ମନ୍ଦ ସମୀରଣେ 

ଝାଳୁଆ ଦେହରେ 

ମିଳେ ଅପାର ଆନନ୍ଦ,

ଦେହ ମାନ ସବୁ 

ସୁସ୍ଥ ହୋଇ ଉଠେ 

ଆସିଲେ ଋତୁ ଗ୍ରୀଷମ,

ନିଦାଘ ବେଳରେ 

ତୋଟାମାଳ ନଈପାଠା 

ଭରେ ମନରେ ଉଲ୍ଲାସ,

ଆମ୍ର କାନନରେ 

ଫଳ ଭର୍ତ୍ତି ଗଛ 

ଦିଶେ ଭାରି ମନୋରମ,

ନିଦାଘ ଆସିଲେ 

ମନେ ପଡେ ପିଲାଦିନ 

ନଈ ପୋଖରୀ ବୁଡିବା,

ନିଦାଘ ଆସିଲେ

ଗ୍ରୀଷ୍ମ ଅବକାଶେ 

ବୁଲିଯିବା ମାମୁଁ ଗାଆଁ,

ନିଦାଘ ଆସିଲେ 

ଦରିଆ ଭିତରେ 

କଇଁ ଆଉ ପଦ୍ମ ଫୁଟେ,

ନିଦାଘ ଆସିଲେ 

ହୁଏ ଚନ୍ଦନ ଯାତ 

ପ୍ରଭୁ ଖେଳନ୍ତି ଚାପ,

ନିଦାଘ ଆସିଲେ 

ମନେପଡେ ରଙ୍ଗ 

ହୁଏ ପ୍ରଭୁଙ୍କ ଦୋଳିଖେଳ,

ରାଇ ଦାମୋଦର 

ଖେଳନ୍ତି ଦୋଳି 

ହୋଇ ମନରେ ହରଷ,

ନିଦାଘ ଆସିଲେ 

କୃଷ୍ଣଚୁଡା ରଙ୍ଗେ 

ଦୁନିଆ ହୁଏ ରଙ୍ଗୀନ ।।


Rate this content
Log in

Similar oriya poem from Fantasy