STORYMIRROR

Sunanda Mohanty

Abstract Fantasy Others

3  

Sunanda Mohanty

Abstract Fantasy Others

ହେତୁବାଦୀ

ହେତୁବାଦୀ

1 min
193


ହେତୁବାଦୀ ଅର୍ଥ ମୁଁ ଜାଣେନା

ଯଦି ଇଚ୍ଛା ହୁଏ , କାହାର ନହୁଏ

ଇଚ୍ଛା, ଲାଳସା କାମନା ସଭିଙ୍କର ଥାଏ

କିଏ ଦେଖାଏନା କିଏ ଖୋଲି କହିଦିଏ

ଇଚ୍ଛା ତ ବେଗମତୀ ନଈ

ହେଲେ ବିଶ୍ୱାସ ଆହୁଲା ନେଇ

ମୁଁତ୍ଵ କୁ ଛାଡ଼ିଦେଇ

ଭରସା ଓ ବିଶ୍ୱାସ, ନିଶ୍ବାସ ଉପରେ କେହି

ନହେଉ ବିଜ୍ଞାନ, ନହେଉ ଧର୍ମ

କିନ୍ତୁ ଅନୁଭବ ଓ ଅନୁଭୁତି ଜ୍ଞାନ

ତାକୁ କି କରିବା ବର୍ଜ୍ଜନ?

କିଛି କଥା ସାଲିସରେ

କିଛି କଥା ସାମାଜିକ ଭାବରେ

କିଛି କଥା ଭାବ,ସ୍ନେହ,ପ୍ରେମ,ଦର୍ଶନରେ

ସହି ସୁହାଇଲା ଭଳି ଚଳିବାକୁ ହୁଏ

ଲୋକେ ବୋଲିବେ କଣ ଖାତିରିରେ

ଆଚାର୍ଯ୍ୟ ଥିଲେ ବୋଲି ଖଣ୍ଡବାକ୍ୟବଳରେ

କାରଣ ଆମେ ସାମାଜିକ ପଶୁ

ସକାଳୁ ଦାନ୍ତ ନିହାତି ଘଷୁ

ସିଝାଇ ଖାଉ ମାଂସ

ବେଳେ ବେଳେ ଖାଉ କଞ୍ଚା ମାଛ ତରକାରୀ

କିନ୍ତୁ ଡରି ମରି

ମତେ ଭଲଲାଗେ ଯାହା, ଦୁନିଆଁକୁ

ନୁହେଁ ତାହା

ସୂର୍ଯ୍ୟ ସ୍ଥିର କି ପୃଥିବୀ ଅସ୍ଥିର

ଯାଏ ଆସେ ନାହିଁ

ସୂର୍ଯ୍ୟ ଚନ୍ଦ୍ର ପୃଥିବୀ ନିହାତି ସତ୍ୟ

ଆମେ ପାଗଳ ପରି ନା କହିପାରିବା ନାହିଁ

ଏସବୁ ନମାନିଲେ ହେତୁବାଦୀ ବୋଧେ କହି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract