Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Classics Fantasy Others

3  

Chittaranjan Nanda

Classics Fantasy Others

ପରମବ୍ରହ୍ମ, କଅଣ ମିଛ ଓ କଳ୍ପନା  ?

ପରମବ୍ରହ୍ମ, କଅଣ ମିଛ ଓ କଳ୍ପନା  ?

1 min
157



ଶରୀରଟି ମିଛ ମାୟା ପଞ୍ଜୁରୀଟିଏ

ସତେ କଅଣ ଶରୀରଟି ମିଛ ମାୟା ପଞ୍ଜୁରୀଟିଏ?

ଆତ୍ମା ମୋର ତାହାରି ଭିତର,

ରହିଛି, ଏହା ତ ମୁଁ ବୁଝିଛି,

ମଣିଷର ଆତ୍ମା ଶରୀର ଛାଡଇ,

ରହିଛି କି ନାଁ ଆତ୍ମା ବନ୍ଦୀ ହୋଇ ,

ଏହା ମୁଁ ଆଜି ପର୍ଯ୍ୟନ୍ତ ଜାଣି ପାରିଲିନି,

ବୁଝି ପାରିଲିନି,

ମୁକ୍ତ କିଏ ଦିଏ ?

ମୁକତି ପରେ କୁଆଡେ ଯାଏ?

ଜାଣିବା ଅତୀବ କଷ୍ଟ,

ଜାଣିବାକୁ ଚାହିଁଲେ ପଶୁଛି ଗୋଲକ ଧନ୍ଦାରେ,

ଭାବୁଛି ଯଦି କେହି ଏୈଶ୍ୱରୀୟ ଶକତି ରହିଛି,

ଏ ଗୋଲକ ଧନ୍ଦାରୁ ବାହାରିବା ନମିତ୍ତ,

ମୋ‌ ହାତ‌ ଛାଡ଼ି ଦେଇଛନ୍ତି କିଆଁ ?

କେଉଁ ଉଦ୍ଦେଶ୍ୱରେ?

ନା ମୋତେ ଭୁଲି ଯାଇଛନ୍ତି,

ଇଚ୍ଛାରେ ନଚାଉଛନ୍ତି କାହିଁକି ? 

ତାଂକର ଇଛାରେ‌ ଚାଲେ ଯଦି ଜଗତ,

ମୁଁ ଯଦି ନିମିତ୍ତ ମାତ୍ର,

ମୋର ଜାଣି ନପାରିବାର ଅପାରଗତା ପାଇଁ

ଦାୟି କିଏ ?

ସେ ନୂହଁନ୍ତି କି ?

ସେ ଥାଉ ଥାଉ,

କିପରି କହିବି ମୁଁ ଶରୀର ପଞ୍ଜୁରୀ ଭିତରେ ପରାଧୀନ,

ପ୍ରଶ୍ନ ଜୁଟେ,

ତେବେ କାହିଁକି ପୁଣି ଫେରିବି ଅନ୍ୟ ଏକ ଶରୀର ପାଖକୁ?

ପରମବ୍ରହ୍ମ ସୃଷ୍ଟି, କଅଣ ମିଛ ଓ କଳ୍ପନା ?


Rate this content
Log in

Similar oriya poem from Classics