STORYMIRROR

Suresh chandra Padhy

Fantasy

3  

Suresh chandra Padhy

Fantasy

ମୋ ରୋଜଗାର

ମୋ ରୋଜଗାର

1 min
130

ପିଲାଦିନୁ ମୋ ବାପା ମା ମୋ ପାଇଁ ସବୁ କରିଲେ 

ମୋତେ ଛୋଟରୁ ସେ ବଡ଼ କରି ଠିଆ କରିଲେ

କେବେ ସୁଝି ନ ପାରିବି ବାପା ମାଙ୍କ ଋଣକୁ

କି ସେବା କରିବି ତାଙ୍କ ମନକୁ ତୋଷିବାକୁ

ମୋ ଠାରୁ କିଛି କେବେ ମାଗନ୍ତି ନାହିଁ

ସବୁ ମୋତେ ଦେଇଛନ୍ତି ମୋ ଖୁସି ପାଇଁ

ଯେବେ ମୁହିଁ ପ୍ରଥମ ରୋଜଗାର କରିଥିଲି

ମୋ ମା ହାତରେ ମୋ ସ୍ୱଳ୍ପ ରୋଜଗାର ଧରାଇ ଦେଲି

ମା ମୋ ରୋଜଗାର ଦେଖି ଖୁସି ହୋଇଲେ

ଦିନେ କେବେ ମୋତେ କିଛି ନ ମାଗିଲେ

ମୋ ବାପାଙ୍କ ମନ ଜାଣି କିଛି ଦେଇ ପାରି ନାହିଁ

ମୋ ବାପା ମା ଙ୍କ ପାଇଁ ସବୁ ପାଇଛି ମୁହିଁ

ମୋ ରୋଜଗାର ବେଶୀ ହୁଏ ନାହିଁ

ନିଜେ ଚଳିବା ତ କଷ୍ଟ ମୋ ପାଇଁ

ଇଚ୍ଛା ଥିଲେ ବି କେବେ କିଛି ଦେଇ ପାରେ ନାହିଁ

ତଥାପି ମୋ ବାପା ମାଙ୍କ ପ୍ରିୟ ହୋଇଛି ମୁହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy