Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Harekrushna Deb Sahoo

Romance Classics Fantasy

3  

Harekrushna Deb Sahoo

Romance Classics Fantasy

ଚନ୍ଦନ ଯାତ୍ରା- ରାଧାକୃଷ୍ଣ ପ୍ରେମ

ଚନ୍ଦନ ଯାତ୍ରା- ରାଧାକୃଷ୍ଣ ପ୍ରେମ

1 min
173



ଶ୍ୟାମ ନାଗର ହେ ଏ ବେଶ ହୋଇବ ନାହିଁ

ଏ ବେଶ ହୋଇଲେ ପାଷାଣ ତରଳେ

ଯୁବତୀ ବଞ୍ଚିବେ କାହିଁ । ।


ଉଭା ହୋଇଥିବ କଦମ୍ବର ମୂଳେ

ନଟବର ବେଶ ହୋଇ

ଘେନିଥିବ ଯେବେ ମୋହନ ମୁରଲୀ

ଅଧରେ ଚୁମ୍ବିବ ନାହିଁ ।


ପିନ୍ଧିଥିବ ଯେବେ ପୀତାମ୍ବର ତୁମ୍ଭେ

ଭୂମିରେ ଲୋଟିବ ନାହିଁ

ହସୁଥିବ ଯେବେ ମୃଦୁ ମୃଦୁ ହୋଇ

ତେରଛେ ଚାହିଁବ ନାହିଁ । 


ଘେନିଥିବ ଯେବେ ଚନ୍ଦନର ବିନ୍ଦୁ

ଗୋରଚନା ଥିବ ନାହିଁ

ବାନ୍ଧିଥିବ ଯେବେ ତ୍ରଭଙ୍ଗିମା ଚୂଳ

ଚନ୍ଦ୍ରିକା ଖୋଷିବ ନାହିଁ ।


ଯେତେ ବେଶ ତୋତେ ମନା କଲି ଶ୍ୟାମ

ତେତେ ବେଶ ହେଲୁ ତୁହି

ବୋଲେ ବନମାଳୀ ଶୁଣ ଗୋ ରାଧିକେ

ଏ ବେଶ ତୁମ୍ଭରି ପାଇଁ ।।



Rate this content
Log in

Similar oriya poem from Romance