STORYMIRROR

Harekrushna Deb Sahoo

Romance Classics Fantasy

3  

Harekrushna Deb Sahoo

Romance Classics Fantasy

ପ୍ରଣୟ ରସ

ପ୍ରଣୟ ରସ

1 min
189


ରସ ସାଗର ସାଜଇ ଜିରାନଈ,

ରାସ ଅମ୍ବାପଲ୍ଳୀ ଗୋପେ କୃଷ୍ଣରାଈ ।

ମିତଣୀ ଲୋ, ଆମ୍ଭେ 

      ଦେଖିବା ଧନୁଯାତ୍ରା ଯାଇ।।୧


ବରଗଡ ସାଜେ ମଥୁରା ଭୁବନ,

ଅମ୍ବାପଲ୍ଳୀ ଶୋଭା ଗୋପ ବୃନ୍ଦାବନ। 

ମିତଣୀ ଲୋ, ବୃନ୍ଦା

      ବଜାଇ ମୁରଲୀ ମୋହନ ।।୨


ବାଜେ ରାଧାକୃଷ୍ଣ ପ୍ରେମେ ବଂଶୀସ୍ବର, 

ସାଜେ ବରଗଡ କଂସ ଦରବାର ।

ମିତଣୀ ଲୋ, ଧିର

    ବହେ ପ୍ରେମେ ଯମୁନା ଧାର।।୩


ନାବକେଳି କାହ୍ନୁ ଯମୁନା ଉଛଳ,

ଗାବ-ବତ୍ସା-ଧେନୁ ସଙ୍ଗତେ ବଉଳ ।

ମିତଣୀ ଲୋ, ସୁଦାମା ସୁବଳ

   ଗୋପେ ଗୋପୀ ଗୋପାଳ ମେଳ ।।୪


ପ୍ରେମରେ ଯମୁନା ଯାଉଛି ଉଛୁଳି, 

ପ୍ରଣୟୀ ରାଧିକା ହେଉଛି ବାଉଳି ।

ମିତଣୀ ଲୋ, କୃଷ୍ଣ 

    ରାସ ରଙ୍ଗେ କଦମ୍ବ କେଳି ।।୫


ଅତୀତ ଅଇନା ପଲକେ ଉଇଁଛି,

ରାଧାକୃଷ୍ଣ ପ୍ରେମ ମନେପକାଉଛି। 

ମିତଣୀ ଲୋ, ଗୋପ

     ରାସଲୀଳା ଅମୃତ କିଛି ।।୬


କହ୍ନାଇ ଆଙ୍କିଛି ଚନ୍ଦ୍ରମା କଳଙ୍କ,

ଯା ପ୍ରେମେ ରାଧିକା ଢାଳୁଛି ଲୋତକ। 

ମିତଣୀ ଲୋ, ରାଧା

      ପ୍ରଣୟ ରସ ବିନ୍ଦୁ ଯାକ।। ୭


ମନ ଭ୍ରମର ସାଜେ କଳା କହ୍ନାଇ,

କେଳି କଦମ୍ବ ବନେ ବେଣୁ ବଜାଇ। 

ମିତଣୀ ଲୋ, ବଂଶୀଧର 

     ପ୍ରଣୟୀ ରାଧା ନାମ ନେଇ।। ୮


ବଂଶୀ ମୋହନ ବାଜେ ପ୍ରଣୟ ରସେ, 

ରାଧିକା ରାସେ ପୁଷ୍ପ ବନେ ବିକଶେ। 

ମିତଣୀ ଲୋ, ମଧୁପ

      କୁମୁଦ ସାଥେ ମଧୁ ଆଶେ।।୯


ବସନ୍ତ ଲଗ୍ନେ ଢାଳେ ପ୍ରଣୟ ରସ, 

କୁମୁଦିନୀ ସଙ୍ଗତେ ଭ୍ରମର ରାସ। 

ମିତଣୀ ଲୋ, କଦମ୍ବ 

       ଫୁଟଇ ଫୁଲ ଛୁଟେ ବାସ ।।୧୦

     


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Romance