ପ୍ରିୟା-୩୪
ପ୍ରିୟା-୩୪
ଯମୁନା ଯିବାକୁ ମନା
ରାଧାକୁ ସିନା ,
ମିଛେ କହେ ଅସହ୍ୟ ସେ
ଶାଶୁ ଗଞ୍ଜଣା ।
ତମେ ଯେବେ ଯାଅ ଗାଧେଇ
ଲୁଚି ଲୁଚି ଦେଖୁଥାନ୍ତି ରାଧାର ସହୀ
ତୁମ ରୂପ ଲାବଣ୍ୟ ପାଶେ
ରାଇ ରୂପ ନଗଣ୍ୟ ଦିଶେ
ଚାହୁଁ ନାହିଁ ରାଇ ଆଡ଼େ ଆଉ କହ୍ନେଇ
ତମେ ଯେବେ ଯାଅ ଗାଧେଇ ।
ବଇଁଶୀ ଫୁଙ୍କିବା ସିନା
କାହ୍ନୁକୁ ମନା ,
ମିଛେ କହେ ବାଜୁ ନାହିଁ
ରାଧିକା ବିନା ।
ତମେ ଯେବେ ଯାଅ ଗାଧେଇ
ଲୁଚି ଲୁଚି କାନ ଡେରେ ଯମୁନା ନଈ
ତୁମ ପାଦ ପାଉଁଜି ସ୍ବର
ବଂଶୀ ଠାରୁ ବେଶି ମଧୁର
ଭୁଆସୁଣୀ ଧାଏଁ ଦାଣ୍ଡେ ଏରୁଣ୍ଡି ଡେଇଁ
ଅସଜଡ଼ା କେଶ ବେଶ ସଜାଡ଼େ ନାହିଁ ।
ଆଗୋ ପ୍ରାଣସହୀ
ହୃଦ ନୀଳ କଇଁ
ପାହାନ୍ତି ରଙ୍ଗୋଲୀ ନିଦେ ସପନ ନାୟିକା ,
ଦେବକି ଗୋ ମୋତେ କେବେ ମରୀଚିକା ଧୋକା ?
ପ୍ରିୟା।