STORYMIRROR

Sunanda Mohanty

Abstract Fantasy Others

3  

Sunanda Mohanty

Abstract Fantasy Others

ଖୁସି ରଙ୍ଗ

ଖୁସି ରଙ୍ଗ

1 min
207


ଖୁସି ଏକ ଅନ୍ୱେଷଣ

ନିରର୍ଥକ ବିଶ୍ଳେଷଣ

ଶିଶୁର ହସ ସମ୍ଭାଷଣ

ପଶୁର ଆଖିର ଉଦ୍ଗିରଣ

ଛେଳି ଛୁଆର ଆଚରଣ

ଋତୁ ମାନଙ୍କ ପ୍ରତିରୋପଣ

ରଙ୍ଗର ପର୍ଯ୍ୟାବରଣ

ସୂର୍ଯ୍ୟଙ୍କ ବିକିରଣ

ଚନ୍ଦ୍ରଙ୍କର ଉଜ୍ଜ୍ବଳ କିରଣ

ନର୍ତ୍ତକୀର ଭୂଷଣ ଆଭୂଷଣ

ପ୍ରଜାପତି ର ଆବରଣ

ଭକ୍ତ ପରି ବିଭୀଷଣ

ଜଗନ୍ନାଥଙ୍କ ଗୀତଗୋବିନ୍ଦ ଜଣାଣ

ଦେବଦାସୀର ପାଦର କଙ୍କ୍ୱଣ

ଅଝଟ ଶିଶୁର ପାରିଲା ପଣ

ହସରେ ଜଗତ ବିମୋହିତ ସକାରଣ

ବୋଉ ଦେଇଥିବା ରାଣ

ବାପାଙ୍କ ସ୍ମୃତି ଚାରଣ

କଇଁର ନୀଳ ସମ୍ଭାଷଣ

ପଦ୍ମର ଅନ୍ୟମନସ୍କ କାରଣ

ମୁଗ୍ଧ ବାତାବରଣ

ଖୁସି ମଧୁର ମଧୁନି ଶୀହରଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract