STORYMIRROR

Harekrushna Deb Sahoo

Fantasy

3  

Harekrushna Deb Sahoo

Fantasy

ଗ୍ରାମ୍ୟ ଅନୁଭୂତି

ଗ୍ରାମ୍ୟ ଅନୁଭୂତି

1 min
173


ମୋ ଗାଁ ପାହାଡ଼ ଉପରେ 

ଗ୍ରାମ୍ୟ ସଂସ୍କୃତି ଝଲକ ନୟନ କଣରେ,

କୋଶଳୀ ସଙ୍ଗୀତ ସୁରେ ତାଳେ ତାଳେ 

ବାଜେରେ ବଇଁସି ନାଚେରେ ଘୁଙ୍ଗୁର,

କୋକିଳା ମଧୁର ଗାନ ମୟୂରୀ ସୁନ୍ଦର ନର୍ତ୍ତନ

ପୂରବ ଆକାଶ ମାର୍ଗରେ ସଞ୍ଜ ସକାଳେ ।


ମୋ ଗାଁ ବନ ଉପବନେ

ଆମ ସଂସ୍କୃତି କୋଶଳୀ ପ୍ରମୋଦ ଉଦ୍ୟାନେ, 

କୋଶଳୀ ନୃତ୍ୟ ସଙ୍ଗୀତ ଧିରେ ଧିରେ 

ଧଙ୍ଗରା ଧାଙ୍ଗେରୀ ବେଶଭୂଷା ଢଙ୍ଗ,

କୋକିଳା କୋଶଳୀ ଗାନ ମୟୂରୀ କୋଶଳୀ ନର୍ତ୍ତନ

ବଣ ପାହାଡ କୋଳେ ନୀଳ ଆକାଶ ତଳେ।


ମୋ ଗାଁ ଦୃଶ୍ୟ ଦୃଶ୍ୟାନ୍ତରେ

ଆମ ସଂସ୍କୃତି ଝଲକ ଅତୀତ ଅନ୍ତରେ, 

ଇନ୍ଦଧନୁ ରଙ୍ଗ ନେଇ ଗୋଟି ଗୋଟି 

ରଚିତ ସଫେଦ ଆକାଶ ପୃଷ୍ଠାରେ

ସପ୍ତରଙ୍ଗ ତୂଳୀ ସପ୍ତରଙ୍ଗର ଗୋଧୂଳି ଚିତ୍ରଣ

ମଣି ମୁକ୍ତା ସମ ସ୍ମୃତି ସକଳ ସାଉଁଟି ।


ମୋ ଗାଁ ମୋ ସଂସ୍କୃତି ମନେପଡେ ଗୋଟି ଗୋଟି, 

 ଅତୀତ ଗୌରବ ସ୍ମୃତି ରୂପେ ଦିଏ ଭେଟି । 

 ମୋ ଗାଁ ମୋ ସଂସ୍କୃତି ପୁରୁଣା ଅଭୁଲା ସ୍ମୃତି, 

 ଏହାରି ପ୍ରାଙ୍ଗଣେ ରଚିଅଛି ଦେବ କିର୍ତ୍ତୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy