🦢ପୂଜ୍ୟ ଗଙ୍ଗାଧର🦢
🦢ପୂଜ୍ୟ ଗଙ୍ଗାଧର🦢
ପୁଣ୍ୟ ପବିତ୍ର ଭାରତ ଭୂମି
ତୁମେ ଉତ୍କଳେ ଜନମି,
କେତେ କାବ୍ୟ କବିତା ରଚିତ
ଜନ ମାନସେ ବନ୍ଦିତ।
ଆତ୍ମା ଅମର ଜନମି ସୋମ୍ୟ
ଧନ୍ୟ ବରପାଲି ଗ୍ରାମ୍ୟ,
ସ୍ବଭାବ କବି ନାମେ ଅମର
ପୂଜ୍ୟ କବି ଗଙ୍ଗାଧର ।
ସତ୍ୟମ ଶିବମ ସୁନ୍ଦରମ
ନାମେ ନାମଟି ସୁନ୍ଦର,
ବିଶ୍ଵ ଦେଖ ମଧୁମୟରେ
ଝରେ ଅମୃତ ନିର୍ଝର ।
ମାତୃଭୂମି ମାତୃଭାଷା ପ୍ରତି
ପ୍ରାଣେ ଫୁଟାଇ ମମତ୍ବ,
ବେଦବାଣୀ ଗୀତାମନ୍ତ୍ର ସମ
ଦେଶେ ରଚିଲେ ମହତ୍ବ ।
ପଶ୍ଚିମ ଓଡିଶା ଗର୍ବିତ ଯା
ପୂଜ୍ୟ ଗଙ୍ଗାଧର ନାମେ,
କୋଟି ପଦ୍ମ ବିଭୂଷଣ ସ୍ବର୍ଣ୍ଣ
ଜାଚି ଦେଲେ ତାଙ୍କ କର୍ମେ ।
ତପସ୍ଵିନୀ କାବ୍ୟକଳା ସ୍ବର
ନମେ ପୂଜ୍ୟ ଗଙ୍ଗାଧର,
ରଚିଲି କବିତା ଏ ସୁନ୍ଦର
ଘେନ ପୂଜ୍ୟ ଗଙ୍ଗାଧର।
ବୀଣାପାଣି ବୀଣାର ମନ୍ତର
ଛିଞ୍ଚିଲେ ହୃଦୟେ ଯାର,
ମାତାଙ୍କ ସେ ପରା ବରପୁତ୍ର
ବନ୍ଦେ ପୁଜ୍ୟ ଗଙ୍ଗାଧର ।
ନାହିଁ ପରା ତା' ଭାବେ ସ୍ବଭାବ
ମୋହ ତୃଟି ମାର୍ଜନ କରିବ,
କ୍ଷମା ଦେ ଗୋ ମାତା ସରସ୍ୱତୀ
ରଚେ ହରେକୃଷ୍ଣ ଦେବ ।
