STORYMIRROR

Harekrushna Deb Sahoo

Classics Fantasy Inspirational

3  

Harekrushna Deb Sahoo

Classics Fantasy Inspirational

🦢ପୂଜ୍ୟ ଗଙ୍ଗାଧର🦢

🦢ପୂଜ୍ୟ ଗଙ୍ଗାଧର🦢

1 min
118


ପୁଣ୍ୟ ପବିତ୍ର ଭାରତ ଭୂମି 

ତୁମେ ଉତ୍କଳେ ଜନମି, 

କେତେ କାବ୍ୟ କବିତା ରଚିତ 

ଜନ ମାନସେ ବନ୍ଦିତ।


ଆତ୍ମା ଅମର ଜନମି ସୋମ୍ୟ

ଧନ୍ୟ ବରପାଲି ଗ୍ରାମ୍ୟ,

ସ୍ବଭାବ କବି ନାମେ ଅମର

ପୂଜ୍ୟ କବି ଗଙ୍ଗାଧର ।


ସତ୍ୟମ ଶିବମ ସୁନ୍ଦରମ

ନାମେ ନାମଟି ସୁନ୍ଦର,

ବିଶ୍ଵ ଦେଖ ମଧୁମୟରେ

ଝରେ ଅମୃତ ନିର୍ଝର ।


ମାତୃଭୂମି ମାତୃଭାଷା ପ୍ରତି 

ପ୍ରାଣେ ଫୁଟାଇ ମମତ୍ବ,

ବେଦବାଣୀ ଗୀତାମନ୍ତ୍ର ସମ

ଦେଶେ ରଚିଲେ ମହତ୍ବ ।


ପଶ୍ଚିମ ଓଡିଶା ଗର୍ବିତ ଯା

ପୂଜ୍ୟ ଗଙ୍ଗାଧର ନାମେ,

କୋଟି ପଦ୍ମ ବିଭୂଷଣ ସ୍ବର୍ଣ୍ଣ 

ଜାଚି ଦେଲେ ତାଙ୍କ କର୍ମେ ।


ତପସ୍ଵିନୀ କାବ୍ୟକଳା ସ୍ବର 

ନମେ ପୂଜ୍ୟ ଗଙ୍ଗାଧର,

ରଚିଲି କବିତା ଏ ସୁନ୍ଦର 

ଘେନ ପୂଜ୍ୟ ଗଙ୍ଗାଧର।


ବୀଣାପାଣି ବୀଣାର ମନ୍ତର

ଛିଞ୍ଚିଲେ ହୃଦୟେ ଯାର, 

ମାତାଙ୍କ ସେ ପରା ବରପୁତ୍ର 

ବନ୍ଦେ ପୁଜ୍ୟ ଗଙ୍ଗାଧର ।


ନାହିଁ ପରା ତା' ଭାବେ ସ୍ବଭାବ 

ମୋହ ତୃଟି ମାର୍ଜନ କରିବ,

କ୍ଷମା ଦେ ଗୋ ମାତା ସରସ୍ୱତୀ 

ରଚେ ହରେକୃଷ୍ଣ ଦେବ ।


   



Rate this content
Log in

Similar oriya poem from Classics