ଟ୍ରେନ୍
ଟ୍ରେନ୍
ରାତିଏ ନିଦକୁ ଘାରିନେଲା ଟ୍ରେନ୍
ଶବ୍ଦ ସବୁ ତା ସ୍ୱପ୍ନରେ
ମିଳେଇଯାଉଥିଲା.. ଅନନ୍ତ ଦୂର ଯାଏଁ ।
ତା ପାଟି ବୋଧେ ତୁନି ଥିଲା,
ସବୁତକ ନିଆଁକୁ ଯେମିତି
ତଣ୍ଟି ପାଖେ ଜାବୁଡ଼ି ଧରିଥିଲା ।
କିଏ ଜାଣେ !
ହୁଏତ, ତା ଅସଜଡା ସକାଳେ
ସୂର୍ଯ୍ୟ ତାକୁ ଧୋକା ଦବ
ରାତିକ ନିଶାରେ..
କିଏ ଜାଣେ !!
ଛତିଏ କୋହ
ଆଖିଏ ସ୍ଵପ୍ନ
ମୁଣ୍ଡରେ ମୁଣ୍ଡେ ବୋଝ
ତା ସ୍ବପ୍ନକୁ ବି ଅନ୍ଧାରୁଆ କରିଦଉଥିବ..
କିଏ ଜାଣେ !!
ସିଏ ଥିବ, ନ ଥାଇକି
ଟ୍ରେନ୍ ସାଙ୍ଗେ ତା ରାସ୍ତା ଆଗୋଉଥିବ
ସବୁତକ ସମୟକୁ ପଛରେ ଛାଡ଼ି..