STORYMIRROR

Chandra Kanta

Others

3  

Chandra Kanta

Others

ଜୁଆରୀ

ଜୁଆରୀ

1 min
11.7K


ଗୋଟେ ଜୁଆରୀ କ'ଣ ରାତିକୁ ପ୍ରେମ କରିପାରେ

ଆଖି ପଲକ ହଲକ କ'ଣ ନେଇପାରନ୍ତି 

ତାକୁ ଗୋଟେ ଅଜଣା ଦୁନିଆକୁ


ଉ.. ଉ.. ହୁଁଉ


ଯୋଉଠି ସେ ଜୁଆରୀ

ନିଜ ପାଇଁ ବି ଆସ୍ଥା ରଖେନି

ସେ କ'ଣ ବା ପ୍ରେମ ଶିଖିବ


ରାତି ଯାକ ସ୍ୱପ୍ନର ଇଲାକା ସବୁ

ଭର୍ତ୍ତି ଥାନ୍ତି ହାରିଯାଇଥିବା ସମୟରେ,

ଛାତି ଭିତରର ଧମ୍ - ଧମ୍ ଶବ୍ଦ

ଆଖି ଆଉ ନିଦ ଭିତରେ

ଗୋଟେ ପାଚେରୀ ତିଆରେ


ଆଉ ସେଠି ପ୍ରେମ ପାଇଁ ଜାଗା କୋଉଠି


ସାଇତା

ନିଦରେ ଶୋଇଯାଏ

ତା ପକେର୍ଟ୍ ହୁଏତ କାହା ତମାମ ଜୀବନର

ନିଦକୁ କଏଦ ରଖିପାରେ,

ହେଲେ ସେ ତ ଚନ୍ଦ୍ର - ସୂର୍ଯ୍ୟ ବେଳା ଭିତରର

ସୂକ୍ଷ୍ମ ରେଖାରେ ସନ୍ତୁଳନ ରକ୍ଷା କରୁଥାଏ

ନିଜର.. ନିଜ ପାଦର


ଯଦି ତା ପୁରୁଣା ରାତିର

ସେ କଣ ନୂଆ ସ୍ବପ୍ନକୁ ଭେଟିବ


କହିଲ..

ତମେ ଗୋଟେ ଜୁଆରୀ ନୁହେଁ କି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Chandra Kanta

ଜୁଆରୀ

ଜୁଆରୀ

1 min ପଢ଼ନ୍ତୁ