STORYMIRROR

Puja Pradhan

Fantasy Inspirational

3  

Puja Pradhan

Fantasy Inspirational

ଦୀପାବଳି

ଦୀପାବଳି

1 min
140

ଦୀପର ଆଲୋକ ବାଣର ଚମକ

  ପବିତ୍ର ଏ ଦୀପାବଳି

 ରାଗହିଂସା ଭୁଲି ପବିତ୍ର ମନରେ

  ଦୀପ ଦେଉଛନ୍ତି ଜାଳି

 ଘର ଆଲୋକିତ ସୁସଞ୍ଜ ଶୋଭିତ

  ଶୋଭା ମୟ ଦିଶେ ଧରିତ୍ରୀ ରାଣୀ

ଗାଁରୁ ସହର ଦୀପର ଚମକ

  ଆଲୋକ ମାଳା ହୋଇ ସଜ

ଭଳିଭଳି ଚିତା ରଙ୍ଗବେରଙ୍ଗରେ

  ଘର ଅଗଣା ସୁସଜିତ

କେତେ ପିଠାପଣା, ନାନା ଜାତି ମିଠା

  ପିଲାଏ ଏକାଠି ହୋଇ ଖାଉଥାନ୍ତି

 ଦୀପଜାଳି ସବୁ ନାଚୁଥାନ୍ତି ମନଭରି

  ଚଉଁରା ମୂଳରେ କାଉଁରିଆ ଡାଙ୍ଗ

  ଏକାଠି ସଜଡ଼ା ହେଉଥାଏ

ବଡ଼ବଡୁଆଙ୍କୁ ଡକାହୁଏ ଯେବେ

  ମନରେ ଶ୍ରଦ୍ଧା ଓ ଆନନ୍ଦ ଥାଏ

 ସାନରୁ ବଡ଼ ଏକାଠି ହୋଇ

   ପିତୃ ପୁରୁଷଙ୍କୁ ପ୍ରାଥନା କରନ୍ତି

  ତୁମରି ଆଶିଷ ଝରୁଥାଉ ନୀତି

   ଆମରି କୂଳକୁଟୁମ୍ବେ

 ସୁଢ଼ଳେ ନୟନେ ଚାହିଁ ରହିଥାଅ

   ସୁବାସ ଜୀବନେ ଭରି

  ଅମୃତମୟ ଆଶ୍ରିବାଦ ତୁମ

   ଆମ ଉପରେ ପଡୁଥାଉ ଝରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy