Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puja Pradhan

Children Stories Fantasy Inspirational

3  

Puja Pradhan

Children Stories Fantasy Inspirational

ରାକ୍ଷୀ ପୂର୍ଣ୍ଣିମା

ରାକ୍ଷୀ ପୂର୍ଣ୍ଣିମା

1 min
117



ରାକ୍ଷୀ ଭଲପାଇବାର ପ୍ରତୀକ ଟିଏ 

ଭଉଣୀ ଭାଇ ହାତେ ବାନ୍ଧିବା ପାଇଁ

ବରଷକ ଯାଏ ଚାହିଁଥାଏ

 ରାଗ ଅଭିମାନ ସବୁ ଭୁଲିଯାଇ

 ଭାଇ ପାଇଁ ବାଟ ଚାହିଁ ବସେ

  କେବେ ଆସିବ ଏହି ଶୁଭଦିନ

ଅଝଟିଆ ଭାଇ ହାତରେ

 ବିଶ୍ୱାସର ଏହି ବନ୍ଧନକୁ ବାନ୍ଧି

ନିଜର ସମସ୍ତ ଦାୟିତ୍ୱ ଭଉଣୀ

   ଭାଇ ହାତେ ଦେଇଦିଏ

ବିଧାତାର ଏହି ସୁନ୍ଦର ବିଚାର

   କିଏ ବା ବୁଝି ପାରିଛି

ଆଜି ନାହିଁ ଆଉ ସେହି ପିଲାଦିନ

   ନାହିଁ ଗହ୍ମା ଡିଆଁ ବିଧି

କେଉଁଠି ଯେମିତି ଲୁଚିଯାଇଛି

  ସେ ସବୁ ଅନେକ ସୁନ୍ଦର କଥା

 ନୂଆ ବୋହୂଟିଏ ବାଟ ଚାହିଁ ବସେ

    ଆସିବ ଭାଇ ମୋହର

 କେମିତି ପଚାରି ବୁଝିବି ବାପଘର

   ଛୋଟରୁ ବଡ଼ ସଭିଙ୍କ ଖବର

  ଶ୍ରାବଣ ମାସରେ ଗହ୍ମାପର୍ଣିମାରେ

    ବଳଦେବଙ୍କ ଜନମ ହୁଏ

  କେତେ ବରଷର ଏ ଶୁଭଦିନକୁ

    କିଏ ବା ସେ ଭୁଲି ଥାଏ

  ଆମେ ତ ଓଡ଼ିଆ ବାର ମାସେ ଆମ

   ତେର ପରବ ସଭିଏଁ ଜାଣିଛନ୍ତି

  ବଡ଼ ଦେଉଳରେ ଜଗା, ବଳିଆଙ୍କ

    ହାତରେ ଦେବୀ ସୁଭଦ୍ରା

  ଶ୍ରଦ୍ଧାରେ ରାକ୍ଷୀ ବାନ୍ଧନ୍ତି

   ଦେଉଳ ଲାଗିଛି କେତେ ଆଡ଼ମ୍ବର

 ଜଗା, ବଳିଆଙ୍କ ପାଇଁ

    ରାକ୍ଷୀର ମାନ ବୁଝିପାରେ ସିଏ

ଅତି ମଧୁର, ସୁନ୍ଦର, ବିଶ୍ୱାସର ପ୍ରତୀକଟିଏ

  ଚାହିଁଲେ ବି କେ ଭୁଲିପାରେ ନାହିଁ

  ରେଶମୀ ଡୋରରେ ବିଶ୍ୱର

  ସବୁଠୁ ଦାମିକା ଉପହାର

 ଭଉଣୀ, ଭାଇ ହାତରେ ବାନ୍ଧିଥାଏ ।

  


Rate this content
Log in