ରାକ୍ଷୀ
ରାକ୍ଷୀ
ରାକ୍ଷୀ ଯେ କେବଳ ରେଶମୀ ଡୋରି ନୁହେଁ
ସ୍ନେହ ଶ୍ରଦ୍ଧା ଓ ଭଲପାଇବାର ପ୍ରତୀକଟିଏ
ବିଶ୍ୱାସେ ଭଉଣୀ, ଭାଇ ହାତେ ରାକ୍ଷୀ ବାନ୍ଧି ଦିଏ
ନିଜ ହସଲୁହ ସୁଖ ଦୁଃଖ କୁ ବାଜିକରି
ଭାଇ ଭଉଣୀର ମାନ ରଖିଥାଏ
ଅଦିନିଆ ଝଡ଼ ଆସି ଆପେଆପେ
ଲେଉଟାଣି ବାଟ ଭାଙ୍ଗି ଚାଲିଯାଏ
ଦିନ ହେଉବା ରାତି ଭାଇ ଭଉଣୀ ବାଟକୁ
ଚାତକ ଭଳି ଚାହିଁ ରହିଥାଏ
ମୋଭାଇ ଭଳି କିଏ ହେବକହି
ଓଠ ହସୁଥାଏ ଆଖିରୁ ସ୍ନେହରେ
ଦୁଇଧାର ଲୁହ ଝରିଯାଏ
ଭାରି ଅଝଟିଆ ଥିଲା ଆମ ଦୁହିଁଙ୍କ ପିଲାବେଳ
ତୋ ପଛରେ ବିତିଯାଏ ମୋର
ପ୍ରତିଟି ମୁହୂର୍ତ୍ତ ହେଲେ ସରେ ନାହିଁ
କାହିଁ ଆମ ଦୁହିଁଙ୍କ ଅଭିଯୋଗ
ବାପାଙ୍କ ଆକଟ ସ୍ନେହ ମିଶା
ବୋଉ ପାଖରେ ଅଳି ରହିଛି ଖଞ୍ଜା
ଏକାଠି କାନଧରି ବସ ଉଠ ହୋଇଛେ
କାଗଜରେ ଡ଼ଙ୍ଗା କରି ବାରିପଟ ପୋଖରୀ
ଦୂରକୁ ଭସାଇ କେତେ ବାରତା କହୁ
କାହା ଡ଼ଙ୍ଗା କୂଳରେ ଲାଗିବ କହିବା ପାଇଁ
ବୋଉ କୁ ପଚାରି କେତେ ଗାଳି ଶୁଣିଛେ
ମନେ ପଡ଼ିଯାଏ ରାକ୍ଷୀପୁନେଇଁ କଥା
ମୋ ଚକଲେଟ ଖାଇ ମୋତେ କନ୍ଦେଇ ଥିଲୁ
ଅତି ଆଛଟିଆ ତୁ ଭାଇ ମୋହର
ତୋ ହାତରେ ରାକ୍ଷୀ ସତେ କେତେ ସୁନ୍ଦର ।।