Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ଭାଗବତ ଜନ୍ମ

ଭାଗବତ ଜନ୍ମ

1 min
147


ଆସ ହେ ସରବେ

ଭାଦ୍ର ପୂର୍ଣ୍ଣମୀରେ

ପୂଜ ସତ୍ୟ ଭାଗବତ


ମଙ୍ଗଳର ଦୀପ

ଜାଳି ଦେଇ ଆଜି

ପଢ଼ ପରମାର୍ଥ ଶାସ୍ତ୍ର.....


ଯେତେ ଗୁରୁଜନ

ଆସ ହେ ବହନ

ଆଶିଷ ନିଅ ହେ ଆଜି 


ଦିଅ ଗୋ ଜନନୀ

ଶଙ୍ଖ ହୁଳହୁଳି

ବାଂମୟ ଦେବଙ୍କୁ ପୁଜି ...


ଦ୍ୱାଦଶ ସ୍କନ୍ଦ ଏ

ଭାଗବତ ଶାସ୍ତ୍ର

ଶୁଣିଥିଲେ ପରୀକ୍ଷିତ


ଭାଦ୍ରବ ମାସର

ଶୁକ୍ଳ ନବମୀରୁ

ଶୁକ କହିଥିଲେ ଶାସ୍ତ୍ର...


ପୂର୍ଣ୍ଣମୀର ଦିନ

ଶେଷ କରିଥିଲେ

ଆରମ୍ଭ ବି ସେହିଦିନ


ନିଜେ ସ୍ୱୟଂ ହରି

ବାଂମୟ ବିହାରୀ

ଅମୃତରେ ପରିପୂର୍ଣ୍ଣ....


ତାଙ୍କ ଜନ୍ମ ଅଛି

ମୃତ୍ୟୁ ନାହିଁ କିଛି

ଦ୍ୱାଦଶ ସ୍କନ୍ଦେ ମହାନ


ଧରା ମଧ୍ୟେ ଶ୍ରେଷ୍ଠ

ଅଟଇ ଗରିଷ୍ଠ

ସବୁ ଧର୍ମର ଦର୍ଶନ......


ପ୍ରଥମ ଦ୍ଵିତୀୟ

ସ୍କନ୍ଦ ଭଗବତେ

ଅଟଇ ପାଦ ଯୁଗଳ


ତୃତୀୟ ଚତୁର୍ଥ

ଉରୁର ପ୍ରଦେଶ

ଦଶମ ମୁଖମଣ୍ଡଳ....


ପଞ୍ଚମ ଷଷ୍ଠ ତ

ନାଭି ଆଉ ବକ୍ଷ

ନବମ ଅଟେ ଶ୍ରୀକଣ୍ଠ


ସପ୍ତମ ଅଷ୍ଟମ

ତା ବାହୁ ଯୁଗଳ

ଏକାଦଶ ତା ଲଲାଟ....


ଦ୍ୱାଦଶ ଅଟଇ

ତାଙ୍କରି ମସ୍ତକ

ଶୁକ ଦେବ ତାଙ୍କ ଚାଟ


ଜୀବନ ଅନ୍ଧାର

ଆଲୋକିତ ହେବ

କଲେ ଭାଗବତ ପାଠ..


ହେ ବାଙ୍କ ବିହାରୀ

ବାଂମୟ ମୁରାରୀ 

ତ୍ରାଣ ଦିଅ ଭକ୍ତ ବନ୍ଧୁ 


ଏ ଅନ୍ଧ ଭୁବନେ

ହୃଦ ଦରଶନେ

ନେତ୍ର ଦେଖୁ କୃପା ସିନ୍ଧୁ...


ପ୍ରେମ ଅଟେ ପୂର୍ଣ୍ଣ

ଶାରଦ ର ବିଧୁ

ନେତ୍ର ଉଚ୍ଛ୍ୱସିତ ସିନ୍ଧୁ


ଭାଗବତଙ୍କ ଜନ୍ମ

ଜଗତେ ମହାନ

ଦେଖ ପ୍ରେମେ ତାଙ୍କ ଇନ୍ଦୁ....


ପୃଥିବୀର ଶ୍ରେଷ୍ଠ

ମହାନ ଏ ଗ୍ରନ୍ଥ

ପଢି କାର୍ଯ୍ୟ ରେ ଲଗାଅ


ନାହିଁ ଯେବେ ପ୍ରେମ

ହୃଦ ଅଭ୍ୟନ୍ତରେ

ନିତ୍ୟ ଖାଲି ଶୁଣୁଥାଅ...


ଶୁଣିଲେ ବି ମଧ୍ୟ

ତାଙ୍କ ଆଶୀର୍ବାଦ

ପାଶ୍ଚାଦ ଭାଗରେ ଅଛି


କର୍ମ କଲେ ଆମ୍ଭେ

ଫଳ ବାଛି ଦେବେ

ଅମୃତ ପାଇବା କିଛି...


ତମାଳ ବରଣ

ଜିଣା ତା ଲାବଣ୍ୟ

ତନୁ ନୟନ ଅତିଥି


ଯେଣେ ଚାହିଁ ଦେଖ

ତେଣେ ତାଙ୍କ ମୁଖ

ଆଜିର ପୂର୍ଣ୍ଣିମା ତିଥି...



Rate this content
Log in

Similar oriya poem from Inspirational