Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ବଦ୍ଧିର ବଳ

ବଦ୍ଧିର ବଳ

1 min
202



ପ୍ରକାର ଭେଦରେ ଯେତେ ବଳ ଅଛି

ସବୁଠାରୁ ଶ୍ରେଷ୍ଠ ବୁଦ୍ଧିର ବଳ

ତା'ର ପ୍ରୟୋଗରେ ଜୟ କରିପାରେ

ଜଣେ ବୃଦ୍ଧିମାନ ବି ଭୂମଣ୍ଡଳ ।


ବୁଦ୍ଧିର ବଳରେ ଏ ମଣିଷ ଆଜି

ଜଳ, ସ୍ଥଳ, ଆକାଶେ ବିଚରଣ

ଅନ୍ତରୀକ୍ଷେ ଗ୍ରହ, ନକ୍ଷତ୍ର ପର୍ଯ୍ୟନ୍ତ

କରି ପାରିଛି ବୁଦ୍ଧିର କ୍ଷେପଣ ।


ଏ ସାରା ଜଗତ କ୍ଷୁଦ୍ର ଅନୁଭୂତ

ହୁଅଇ ମାନବ ବୁଦ୍ଧି ବଳରେ

ପରସ୍ପରଠାରୁ ଦୂରତା କମିଛି

ନବ ନବ ଜ୍ଞାନ କଉଶଳରେ ।


ମୃତକୁ ଜୀବିତ କେବଳ ପାରିନି

ଆଉସବୁ ଆଜି ହୁଏ ସମ୍ଭବ 

ଅଙ୍ଗ ସ୍ଥାପନରୁ ଭ୍ରୁଣର ରୋପଣ

ପରଯ୍ୟନ୍ତ ବିଜ୍ଞାନର ବିଭବ ।


ପୁରାଣ ଯୁଗରେ ଏ ବୁଦ୍ଧି ବଳରେ

ପିତାମାତାଙ୍କର ପରିକ୍ରମାରେ

ଶ୍ରୀଗଣେଶ ଅଗ୍ରପୂଜ୍ୟ ହୋଇଥିଲେ

ଅଗ୍ରଜଙ୍କଠାରୁ ଜୟ ଲାଭରେ ।




Rate this content
Log in

Similar oriya poem from Inspirational