Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବନ୍ଦନା କରେ ପ୍ରଭାତେ

ବନ୍ଦନା କରେ ପ୍ରଭାତେ

1 min
17



ନମସ୍ତେ ନମସ୍ତେ ଦେବ ସୂର୍ଯ୍ୟ ନାରାୟଣ l

 ସଉର୍ଯ୍ୟରେ ସଂଗତରେ କେହେବ ସମାନ ll

ନମସ୍ତେ ନମସ୍ତେ ଦେବ କଶ୍ୟପଙ୍କ ସୂତ l

    ତଵ ଆଗମନେ ହୁଏ ବିଶ୍ୱ ଉଦ୍ଭାସିତ ll

ନମସ୍ତେ ନମସ୍ତେ ଦେବ ସପ୍ତାଶ୍ୱ ବାହନ l

   ହରିଦାଶ୍ଵ ରଥେ ତବ ସାରଥୀ ଅରୁଣ ll

ନମସ୍ତେ ନମସ୍ତେ ଦେବ ଆହେ ବିବସ୍ଵାନ l

   ଫଳମଣି ଉଡ଼ି ଗଲେ ବୀର ହନୁମାନ ll 

ନମସ୍ତେ ନମସ୍ତେ ପ୍ରଭୁ ସଂଜ୍ଞା ଛାୟା ପତି l

 ସଂଜ୍ଞା,ଛାୟା ହେଲେ ତୁମ୍ଭ ଛାୟାରୁ ଉତ୍ପତ୍ତି ll

ତୁମ୍ଭ କନ୍ୟା ତେଜୋମୟୀ ବର ନମିଳିଲା l

  ମର୍ତ୍ତ୍ୟରେ ତପତି ଆସି ସମ୍ବରେ ବରିଲା ll

ତାଙ୍କ ଗର୍ଭୁ ମହାରାଜ କୁରୁ ଜନମିଲେ l

 କୁରୁକୂଳ ମର୍ତ୍ତ୍ୟପୁରେ ତାପତ୍ୟ ହୋଇଲେ ll

ବୈବସ୍ୱତ ମନୁ ତୁମ୍ଭ ବଂଶେ ମହୀପତି l

 ସୂର୍ଯ୍ୟବଂଶ ଥାପି ରାଜା ରଖିଲେ କୀରତି ll

ନମସ୍ତେ ନମସ୍ତେ ଦେବ ଆହେ ଦିବାକର l

  ତୁମ୍ଭେ ପ୍ରଭୋ ଏ ସକଳ ସୃଷ୍ଟିର ଆଧାର ll

ନମସ୍ତେ ନମସ୍ତେ ଦେବ ଆହେ ଗ୍ରହରାଜ l

   ତୁମ୍ଭ ମନ୍ଦିର କୋଣାର୍କ ଅପୁର୍ବ ଭାସ୍କର୍ଯ୍ୟ ll

ନମସ୍ତେ ନମସ୍ତେ ଦେବ ପଦ୍ମିନୀ ରମଣ l

  ସରୋବରେ ଫୁଟିଲେଣି ଦେଖି ଅବ୍ଜଗଣ ll

ନମସ୍ତେ ନମସ୍ତେ ଦେବ ଆହେ ଦିନନାଥ l

   ଆଗମନେ ହୋଇ ଅଛି ସୁନ୍ଦର ପ୍ରଭାତ ll

ବନ୍ଦନାକରେ ପ୍ରଭାତେ ଆହେ ବିଶ୍ଵଦେବ l

    ଅଜ୍ଞାନ ତିମିର ନାଶି ହୃଦେ ବିରାଜିବ ll

     


Rate this content
Log in

Similar oriya poem from Inspirational