Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Others

4  

Binodini Dash

Others

କରିବ ମୋ ଇଚ୍ଛା ପୂରଣ

କରିବ ମୋ ଇଚ୍ଛା ପୂରଣ

2 mins
6


(ଛନ୍ଦ-କୌଶିକ)


ଆହେ ଦୟାମୟ ମଙ୍ଗଳ ଆଳୟ

ତୁମେ ସ୍ରଷ୍ଟା ସୃଷ୍ଟି କାରଣ

ତୁମ ଇଚ୍ଛା ବିନା ହଲେ ନାହିଁ ପତ୍ର

ସବୁ ତ ତୁମରି ଭିଆଣ

ଧରା ବୁକୁରେ

କୀଟଠୁ ମାନବ ପର୍ଯ୍ୟନ୍ତ

ଯେତେ ପଶୁପକ୍ଷୀ ବୃକ୍ଷଲତା ଆଦି

ତୁମ ଶ୍ରୀପୟରେ ଆଶ୍ରିତ ।


ଯାହା ପାଇଁ ଯାହା ଲୋଡ଼ା ପଡେ ତାହା

ଯାଚି ଦେଇଛ ମନ ଜାଣି

ଶ୍ରଦ୍ଧା ଭକ୍ତି ପ୍ରେମ କେଡ଼େ ଅନୁପମ

ଦେଇଛ ହୃଦକ୍ଷେତେ ବୁଣି

ତବ କରୁଣା

ଆଶିଷ ଲଭନ୍ତି ସକଳେ

ବିପଦେ ବିଷାଦେ ତୁମରି ଶ୍ରୀପଦେ

ଗୁହାରି ଜଣାନ୍ତି ବିକଳେ ।


କ୍ଷୟ ଧର୍ମ ଯେବେ ଜନ୍ମ ନେଇ ତେବେ

କରାଅ ଧର୍ମ ସଂସ୍ଥାପନା

ଅମର କୀରତି ଘୋଷେ ଏ ଜଗତି

ଶ୍ରୀମୁଖେ କରିଛ ବର୍ଣ୍ଣନା

ଗୀତା ଜ୍ଞାନରେ

ଚେତାଇ ଦେଇଛ ଚେତନେ

ଛାଡ଼ି ମନ୍ଦ କର୍ମ ପାଳି ନର ଧର୍ମ

ଉର୍ଦ୍ଧ୍ବରେତା ହେବା ଜୀବନେ ।


ଅଗତିର ଗତି ଆହେ ଲକ୍ଷ୍ମୀପତି

କୋଟି ପ୍ରଣତି ଶ୍ରୀଚରଣେ

ବିନତି ଏତିକି ନ ପଡ଼ିବି ଥକି

କର୍ମମୟ ଏହି ଜୀବନେ

ଧରା ବୁକୁରେ

ଜୀଇଁ ରହିବି ଯେତେଦିନ

ଜଗତର ହିତ ଚିନ୍ତୁଥିବି ନିତ୍ୟ

କରିବ ମୋ ଇଚ୍ଛା ପୂରଣ ।।



Rate this content
Log in