Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kartik chandra panda

Inspirational

4  

Kartik chandra panda

Inspirational

ନୂଆ ବର୍ଷ

ନୂଆ ବର୍ଷ

1 min
8


ନବ ବରଷର ନବୀନ ପରଶ ନବ ଆଶା ଉଦ୍ଦୀପନା

ନୂଆ ସକାଳ ର ନୂତନ ସୁରୁଜ ଆଣିଲା ନୂଆ ଭାବନା ।


ସ୍ୱାଗତ ଜଣାଏ ଆହେ ନବ ବର୍ଷ ନୂଆ ବାର୍ତ୍ତା ଦିଅ ଆସି

ଘୁଞ୍ଚି ଯାଉ ଦୁଃଖ ଏ ସାରା ସଂସାରୁ ସକଳ ହୁଅନ୍ତୁ ଖୁସି ।


ମାନ ଅଭିମାନ ହିଂସା ଦ୍ୱେଷ ଭୁଲି ଶାନ୍ତିରେ ବଳାନ୍ତୁ ମନ 

ଆନନ୍ଦ ଉଲ୍ଲାସେ ଭାଇ ଭାଇ ପରି ଚଳନ୍ତୁ ସକଳ ଜନ ।


ଦେଶ ଦେଶ ମଧ୍ୟେ ବିଦ୍ବେଷତା ଭାବ ହୋଇଯାଉ ଅବସାନ

ଯୁଦ୍ଧ ନୁହେଁ କାମ୍ୟ ଶାନ୍ତି ବାର୍ତ୍ତା ଦେଇ ହୁଅ ଚୀର ଅମଳିନ ।


ସନ୍ତ୍ରାସବାଦ ର ବିଲୋପ ସାଧନ ହେଉ ଏହି ନୂଆ ବର୍ଷ

ସବୁ ଦିନ ପାଇଁ ଚୀର ସ୍ମରଣୀୟ ଲେଖା ଯାଉ ଇତିହାସ ।


ଅତୀତ କୁ ଭୁଲି ବର୍ତ୍ତମାନ ଠାରୁ ନୂଆ ଭାବ ଆସୁ ମନେ

ସଂଚାରିତ ହେଉ ଶାନ୍ତିର ବାରତା ଜନ ଗଣ କାନେ କାନେ ।


ରୋଗ, ବ୍ୟାଧି ଦୂର ହୋଇଯାଉ ସୁଖେ ଚଳନ୍ତୁ ସକଳ ଜନ

ଦୂର ହୋଇଯାଉ ରୋଗ ବ୍ୟାଧି ଯେତେ ନ ରହୁ ଦୁଃଖ କଷଣ ।


ଅନ୍ୟାୟ ଅନୀତି ହଟିଯାଉ ଦେଶୁ ନ ହେଉ ନର ସଂହାର

ନାରୀ ବଳାତ୍କାର ଯୌନ ଉତ୍ପୀଡ଼ନ ହୋଇ ଯାଉ ସବୁ ଦୂର ।


ଭୋକ ଉପାସରେ ନ ମରନ୍ତୁ କେହି ନ ଭୋଗୁ କେହି କଷଣ

ଅତ୍ୟାଚାର ଲୋପ ହୋଇ ଯାଉ ଦେଶୁ ଶାନ୍ତିରେ ବଳାନ୍ତୁ ମନ ।


ନୂଆ ବର୍ଷ ତୁମେ ଆସିଛ ଧରାକୁ ନୂଆ ସ୍ୱପନକୁ ନେଇ

ତୁମରି ଆଗମେ  ଦୁଃଖ କଷ୍ଟ ସବୁ ଚାଲିଯାଉ ଦୂର ହୋଇ ।


Rate this content
Log in