Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଚାଲ ବୁଲିଯିବା ଚିଲିକା

ଚାଲ ବୁଲିଯିବା ଚିଲିକା

1 min
13


ମରାଳ ମାଳିନୀ ନୀଳାମ୍ବୁ ଚିଲିକା

ନୀଳନୀରବେଣୀ ନୀଳେନ୍ଦ୍ରି ନାୟିକା l

ଉତ୍କଳର ସେହି ଚାରୁ ଅଳଙ୍କାର

    ବର୍ଣ୍ଣିଥିଲେ ଦିନେ ଆମ କବିବର l

ଅଙ୍କେ ତୋର କାଳିଜାଈ ପରବତ

   ବକ୍ଷେ ଭାସୁଥାଇ ଡଙ୍ଗା ଶତ ଶତ l

ମାଆ କାଳିଜାଈ ସୁମରି ଧୀବରେ

    ନିର୍ଭୟରେ ତରି ଚଳାନ୍ତି ବକ୍ଷରେ l

ଗୋଦାବରୀଶଙ୍କ ଅମର କାହାଣୀ

 କାଳିଜାଈ କଥା ନେତ୍ରୁ ବହେ ପାଣି l

ଉତ୍କଳ ମଣିଙ୍କ ବାଷ୍ପୀୟ ଶକଟ

     ବର୍ଣିଲେ ଚିଲିକା ଚାରୁ ଚିତ୍ରପଟ l

କୁଳେ ରାଜେ ତୋର କାଙ୍କଣଶିଖରୀ

     କଣ୍ଟକିତ ଫଳ ଭକ୍ଷିଲେ ଶ୍ରୀହରି l

ପୁଣି ବକ୍ଷେ ତୋର ଚକା ସିପନାଶି

    ଆଶ୍ରିଥିଲେ ଯହିଁ ପ୍ରଭୁ ବ୍ରହ୍ମରାଶି l

ମାଣିକ ପାଟଣା କୂଳେ ବିରାଜିତ

 ଦହି ପିଇଥିଲେ ନୀଳାଚଳ ନାଥ l

ଉତ୍କଳ ମାତାର ମାନ ରକ୍ଷା ପାଇଁ

 ଯୁଦ୍ଧେଗଲେ କଳା ଧଳା ଦୁଇଭାଇ l

ବଖାଣି ବସିଲେ ପୋଥି ପୁରିଯିବ

ଚିଲିକା କାହାଣୀ କେବେ ନସରିବ l

ମାମୁଁ ଭଣଜାର ଶିଖରକୁ ଛୁଇଁ

  ଶୀତ ବାତ ଆସେ ଉତ୍ତରରୁ ବହି l

ବିଦେଶରୁ ଆସି ପକ୍ଷୀ ଦଳ ଦଳ

   ଚିଲିକା ବକ୍ଷରେ କଲେଣି ଗହଳ l

ଗେଣ୍ଡାଳି ଟେନ୍ଟେଇଁ ହଂସ ହଂସରାଳି

    ଚିଲିକା ବକ୍ଷରେ କରନ୍ତି କାକଳି l

କରୁଛନ୍ତି କେତେ ଭଙ୍ଗେ ରଙ୍ଗ ରସ

    ବୁଡ଼ିଯିବ ଲାଗେ ତାଙ୍କର ବଅଁଶ l

ନଳୁଆ କେଳାଙ୍କ ନଳବନେ ମେଳ

    ରକ୍ଷା କର ମାଆ ବିହଙ୍ଗମ କୂଳ l

ଶୀତ ଚାଲିଯିବ ଗ୍ରୀଷମ ଆସିବ

ଗ୍ରୀଷମେ ଚିଲିକା ଶୋଭା କିବା ଥିବ l

ଚାଲ ଆଜି ବୁଲି ଚିଲିକାକୁ ଯିବା

 ଆଜି ଗଲେ ଆଉ କାଲି ନପାଇବା l

              


Rate this content
Log in

Similar oriya poem from Inspirational