Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

3  

Niranjan Mishra

Inspirational

ପ୍ରଣାମ

ପ୍ରଣାମ

1 min
107



ପ୍ରଣାମ ଶବଦ ଶୁଭଇ ମଧୁର 

ପ୍ରଣାମଟି ନମସ୍କାର ।

ସଭିଙ୍କ ଭିତରେ ବିଜେ ନାରାୟଣ 

ନମସ୍କାରଟି ତାଙ୍କର ।୧।

ଯିଏ ଯେଉଁ ଦେବ ଦେବୀଙ୍କୁ ପ୍ରଣାମ 

ଅବା ନମସ୍କାର କରେ ।

ସବୁ ନମସ୍କାର ଯାଇ ପହଞ୍ଚଇ 

କେଶବଙ୍କ ନିକଟରେ ।୨।

ପୂରୁବ କାଳରେ କହୁଥିଲେ ସର୍ବେ

ପ୍ରଣାମକୁ ଦଣ୍ଡବତ ।

ଦଣ୍ଡ ସଦୃଶ ପଡି ଯିବାରୁ ତାହା 

ଦଣ୍ଡବତ ନାମେ ଖ୍ୟାତ।୩।

ସାଷ୍ଟାଙ୍ଗ ପ୍ରଣାମ କୁହାଯାଏ ଯାହା 

ଆମର ଆଠଟି ଅଙ୍ଗ ।

ପ୍ରୟୋଗ ହୁଅଇ ସାଷ୍ଟାଙ୍ଗ ପ୍ରଣାମେ 

ହୁଅଇ ଭୂମିର ସଙ୍ଗ ।୪।

ଜଙ୍ଘ ପାଦ ହାତ ବକ୍ଷ ଶିର ଦୃଷ୍ଟି 

ବାକ୍ ମନ ଅଙ୍ଗକୁ ନେଇ।

ଦଣ୍ଡବତ ଭୂମିରେ ପଡିଲେ ତାକୁ

ସାଷ୍ଟାଙ୍ଗ ପ୍ରଣାମ କହି ।୫।

ସାଷ୍ଟାଙ୍ଗ ପ୍ରଣାମ ପୁରୁଷ କରିବେ 

ନାରୀଏ କରିବା ମନା ।

ଶରୀର ଗଠନ ଅନୁସାରେ ଶାସ୍ତ୍ରେ 

ହୋଇଛି ଏହା ବର୍ଣ୍ଣନା ।୬।

ପ୍ରଣାମ କରିଲେ ଅହଂକାର ଆମ

ଯାଇଥାଏ ଦୂର ହୋଇ ।

ଆତ୍ମ ସମର୍ପଣ କରିଛେ ପ୍ରଭୁଙ୍କୁ 

ଏ କଥା ମନେ ଆସଇ ।୭।

ଗୁରୁ ଗୁରୁଜନ ପ୍ରଭୁଙ୍କୁ ପ୍ରଣାମ 

କରିଲେ ଶୁଭ ଆଶିଷ ।

ମିଳିବ ଆମକୁ ବୃଦ୍ଧି ହେବ ଆମ

ଆୟୁ ବିଦ୍ୟା ବଳ ଯଶ ।୮।



Rate this content
Log in

Similar oriya poem from Inspirational