ଶ୍ରଦ୍ଧା
ଶ୍ରଦ୍ଧା
ଶ୍ରଦ୍ଧା ଏକ ଭାବ ଯେଉଁ ମଣିଷର
ହୃଦୟରେ ପୂରିଥାଏ,
ତାହାର ପବିତ୍ର ଶୁଦ୍ଧ ଆଚରଣ
ଶତ୍ରୁକୁ ମିତ୍ର କରାଏ
ମାନବ ପଶୁପକ୍ଷ୍ୟାଦି,
ଶ୍ରଦ୍ଧାବଳେ ବଶ ଥାଆନ୍ତି ହରଷ
ହୋଇ ସମ୍ପର୍କରେ ବନ୍ଦୀ ।
ବନ୍ଧୁ, ଅତିଥିଙ୍କୁ ଶ୍ରଦ୍ଧାର ସହିତ
କରଇ ଯିଏ ସ୍ବାଗତ,
ମନକଥା ବୁଝି କରି ଅଭ୍ୟର୍ଥନା
ଝରାଏ ପ୍ରେମର ସ୍ରୋତ,
ପ୍ଳାବନେ ହୃଦୟ ତୃପ୍ତ,
ଈଶ୍ବର ସନ୍ତୁଷ୍ଟ ହୁଅନ୍ତି ତା'ଠାରେ
ଛୁଟେ ସୁଅ ଆଶୀର୍ବାଦ ।
ଶ୍ରଦ୍ଧାବଳେ ରାମ, କୃଷ୍ଣ କଲେ ବଶ
ଶବରୀ, ବିଦୁର ପତ୍ନୀ,
ଶ୍ରଦ୍ଧାରେ କୃଷ୍ଣଙ୍କୁ ବାନ୍ଧି ରଖିଥିଲେ
ଯଜ୍ଞୋତ୍ପ
ନ୍ନା ଯାଜ୍ଞସେନୀ,
ବାଳକ ପ୍ରହ୍ଲାଦ, ଧ୍ରୁବ,
ଶ୍ରଦ୍ଧାଭକ୍ତି ବଳେ ନାରାୟଣ ପ୍ରାପ୍ତ
ଯାହା ମୁନିଙ୍କୁ ଦୁର୍ଲଭ ।
ନେଇଥିଲେ ପ୍ରଭୁ ଦାସିଆ ନଡ଼ିଆ
ଭକ୍ତ ଶ୍ରଦ୍ଧା ମାନ ରଖି,
ମାଲ୍ୟାଣୀ ଝିଅଠୁ ଗୀତଗୋବିନ୍ଦର
ରସକୁ ମନରେ ମାଖି,
ଅଦୃଶ୍ୟେ ରହି ତା' ସାଥେ,
ବାଇଗଣ ବାଡ଼ି ବୁଲିଥିଲେ ବୋଲି
ବସ୍ତ୍ର କଣ୍ଟା ପ୍ରମାଣିତ ।
ଶ୍ରଦ୍ଧାର ସହିତ ଯେଉଁ କର୍ମ କର
ସେଥୁ ମିଳେ ଶୁଭଫଳ,
ଏକଥାକୁ ମନେ ଧରିଣ ମାନବେ
ଜୀବନ ପଥରେ ଚଳ,
ଶ୍ରଦ୍ଧା ହିଁ ଜୀବନ ବଳ,
ତାହା ଭକ୍ତି, ଗତି, ପରମ ମୁକତି
ହୁଏ ନା କେବେ ନିଷ୍ଫଳ ।