STORYMIRROR

Suniti Devi

Inspirational

3  

Suniti Devi

Inspirational

ଏକଇ ପଣ

ଏକଇ ପଣ

1 min
12.6K


ଲୁହ ଝରୁ ନାହିଁ ରକତ ଝରୁନି

ଏଦେଶ ଜନତା ଭୁଲିଛି ବାପୁ,

ନାଁକୁ ନେତାଏ କହନ୍ତି

ମହାତ୍ମା ଚଷମା ଉତ୍ତାରି ଧରନ୍ତି ଲାଠି।

ମନ ଆଇନାରୁ ଦେଇଛନ୍ତି ପୋଛି

କଟାଳ କରନ୍ତି ଭୋଅଟ ପାଇଁ,

ଟିପ ଚିହ୍ନ ଦେଇ ଭୋଅଟ କିଣନ୍ତି

ଶାସନ କଳକୁ ଖୁଆନ୍ତି ଉଈ।

କି ଥିଲା ଏ ଦେଶ,କି ହେଇଛି ଆଜ

କଳାଵଜାରୀଙ୍କ ଉତ୍ପାତ ବେଶି,

କି ରାମରାଜ୍ୟ ଗଢାହେଵ ଏଠି

ଆଜିବି ଖଟନ୍ତି ପରର ବେଠି।

ଧନ୍ୟ ଏ ଦେଶ,ଧନ୍ୟ ଏ ଜାତି

ପୂରୁଵ ଗୌରଵ ଭୁଲିଛି ଆଜି,

ଦେଶର ଜନତା ଭକୁଆ ହୁଅନ୍ତି,

ନେତା,ଅଣନେତା ସମସ୍ତେ ପାଜି।

କି ଲାଭ ଗାଇବା ହଜିଲା ଗୌରଵ

ସଭାମାନଙ୍କରେ ଚିକ୍କଣ କଥା,

ସାଵଧାନ୍ ପୁଏ ଅଣ୍ଟା ଭାଙ୍ଗିଯିଵ

ପିତ୍ତ ଉଠିଗଲେ ନୋଇଁଵ ମଥା।

କାଠ କରି ଆଉ କେତେଦିନ ତୁମେ

ଆଙ୍ଗୁଠି ଗେଞିବ ଆଖିରେ ଆମ,

ନାତି,ଅଣନାତି ଉଠିଲେଣି ଜାଗି

ଜାଡ଼ କଟିଯିବ ଦେଖିଲେ କାମ।

ଆସରେ ଆସରେ ଭାରତ ନନ୍ଦନ

ଝଣ୍ଡା ଉଠାଅ କରିବା ରଣ,

ଦେଶର ଶତ୍ରୁକୁ ଆଗ ନିକାଲିଵା

କରିବା ସଭିଏଁ ଏକଇ ପଣ।

ଫିଙ୍ଗିବା ଦୂରକୁ ଯେତେକ କାଳିମା

ଅନ୍ୟାୟ ଅନୀତି ସହିବା ନାହିଁ

ସତ୍ୟ,ନ୍ୟାୟ,ଧର୍ମେ ଚଳାଇବା ଦେଶ

କୀରତି ରଚିବା ଏଦେଶେ ଭୂଇଁ।

ସୁନୀତି/୩.୧୦୧୭


Rate this content
Log in

Similar oriya poem from Inspirational