STORYMIRROR

Puja Pradhan

Children Stories Inspirational Children

3  

Puja Pradhan

Children Stories Inspirational Children

ଗୁରୁ ଦେବ

ଗୁରୁ ଦେବ

1 min
157

ଗୁରୁ ଭଳି କେହି ନାହିଁ ଏଠି

  ଶିକ୍ଷା ବିଷୟରେ ଆମକୁ କହିବା ପାଇଁ

ଯେଉଁଠି ଆଜି ଆମର ଯୋଗ୍ୟତା

  କେବଳ ଗୁରୁ ଙ୍କ ପାଇଁ

 ଶିକ୍ଷା ଯେ କାହାକୁ କୁହାଯାଏ

  ସେସବୁ ଗୋଟି ଗୋଟି

 ଗୁରୁ ଆମକୁ ଦିଅନ୍ତି ଶିଖାଇ

  ତାଙ୍କରି ଆଶିସେ ସବୁଠି ଆଦର

 ପ୍ରତିଟି ସନମାନ ତାଙ୍କରି ପାଇଁ

 ଗୁରୁବିନା ଶିଷ୍ୟ କିଛି ଜାଣେନାହିଁ

   ପାଦେ ନ ପାରଇ ଚାଲି

 ଗୁରୁକୃପା ହେଲେ ଡେଇଁ ଚାଲିଯାଏ

   କଣ୍ଟା ଅବା ମରୁବାଲି

  ଏଜୀବନ ମୋର ତୁମପାଇଁ ଗୁରୁ

    ତୁମ ପାଦେ ମୋର ପ୍ରଣାମ

  ତୁମେ ନ ଥିଲେ ଜୀବନେ ମୋହର

    ପଶୁ ଭାବେ ବିତିଥାନ୍ତା ଜୀବନ

  ଈଶ୍ୱର ଙ୍କ ପାଖେ ଏତିକି ମାଗୁଣି

   ଗୁରୁବିନା ଶିଷ୍ୟ କିଛି ନୁହଁଇ

 ସଦାସର୍ବଦା ତୁମ ଆଶ୍ରିବାଦ

   ଝରିରହିଥିବ ଆମ ସଭିଙ୍କ ପାଇଁ

 ଆଜିର ଏହି ମହାନ ଦିବସ

   ତୁମପାଇଁ ହେ ଗୁରୁଦେବ

 ଏ ଶୁଭ ଦିନକୁ କିଏବା ଭୁଲିପାରେ

   ଚଳନ୍ତି ଈଶ୍ୱର ତୁମେ ମୋପାଇଁ

 ତୁମରି ବାଣୀକୁ ଶ୍ରବଣ କରିଛି

   ତୁମ ଚଲାପଥ ପ୍ରଭୁ ବାଟ ମୋହର

  ହେ ଗୁରୁଦେବ ମୋ ଏହି ଜୀବନେ

    ତୁମ ପାଦେ ପ୍ରଣାମ ମୋର ।   


Rate this content
Log in