Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ସେବାର ତ୍ରିପୁଟି

ସେବାର ତ୍ରିପୁଟି

1 min
188



ସେବାଓ ସେବକ,

 ସେବାର ସାଧନ

ଅଟଇ ଜଗତେ ମହାନ ।


ପ୍ରାତରେ ଉଠିଣ

ଦେଖେ ଭକ୍ତ ନିତ୍ୟ

ସେବ୍ୟ ଅଟନ୍ତି ଭଗବାନ ।


ସେ ନିଜେ ସେବକ

ସେବ୍ୟ ଭଗବାନ

ଆଉ ସବୁ ପୂଜା ସାଧନ ।


ଫୁଲ ଗନ୍ଧ ଧୂପ

ଜଳାଏ ପ୍ରଦୀପ

ଶୁଦ୍ଧିତ କରି ତାର ମନ ।


ଏ ସବୁ ଭକ୍ତ ର

ସେବାର ସାଧନ

ଜଗତେ ନିତ୍ୟ ଚାଲୁଅଛି


କର୍ମର ସାଧନ

ତପସ୍ୟା ସାଧନ

ପ୍ରଭୃଙ୍କ ସେବାରେ ପାଉଛି...


ବୈରାଗ୍ୟ ସାଧନ

ଭକ୍ତି ମୟ ରୂପ

କର୍ମତ୍ତ୍ୱ କୁ ଦୁର କରୁଛି ।


ଆନନ୍ଦେ ଗୋବିନ୍ଦ

ଭଜ ପଦାରବିନ୍ଦ

ସୁଲଭତା ଭରି ରହିଛି ।


ଜୀବନ କୁ କର

ସେବା ପରାୟଣ

ସେବ୍ୟ ପୁରୁଷୋତ୍ତମ ପାଇଁ ।


"ମୁଁ "ଅଟେ ଅକ୍ଷର

ପୁରୁଷ ମାତର

ସେବକ ଅଟଇ ତା ପାଇଁ ।


ସେବକ ଏ ଜୀବ

ଅକ୍ଷର ପୁରୁଷ

କ୍ଷର -ସୃଷ୍ଟି ତାର ସାଧନା ।


ଦୂଷଣ ତ ନୁହେଁ

ଭୂଷଣ ଅଟଇ

କରଈ ମଙ୍ଗଳ କାମନା ।


ଏ ଜଗତ ସର୍ବ

କର୍ମ ର ଅଧିନ

ଫଳ ଲଭଈ ତାର ପାଇଁ ।


କର୍ମ ଦିଏ ସୁଖ

ଦୁଃଖ ର ଠିକଣା

ଭୋଗ କରେତ ସିଏ ଏହି ।


ଅଚିନ୍ତ୍ୟ, ନିର୍ଦ୍ୱନ୍ଦ୍ୱ

ପରମବ୍ରହ୍ମ ହିଁ

ଏଈ ଜଗତ ତାଙ୍କ ଶକ୍ତି ।


ଜୀବ ହିତେ ରତ

ବିଧାତା ଯେ ନିତ୍ୟ

ସାଧନେ କର ହେ ଭକତି ।


ଜୟୀ ହୁଏ ସେହି

ସ୍ଥାବର ଜଙ୍ଗମ

ସୁ ପୂର୍ଣ୍ଣ ଏହି ବସୁଧାରେ ।


ଦୁଃଖ ପାଇ ସିନା

ଜନେ, ସେବା ସୁଖେ

ଜୀବନେ ବହୁ ସୁଖ ଭରେ ।


Rate this content
Log in

Similar oriya poem from Inspirational