Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

3  

Niranjan Mishra

Inspirational

ବଡ ଭଉଣୀ

ବଡ ଭଉଣୀ

1 min
207



ବଡ ଭଉଣୀଟି ଅତି ଆଦରର

ମାଆ ଥାନ ସିଏ ନିଏ ।

କେତେ ଆଦରରେ କାଖେଇ କୋଳେଇ

ଆମକୁ ସେନେହ ଦିଏ ।୧।

କାନ୍ଦୁଥିଲେ ଆମେ ବୁଝେଇ ସୁଝେଇ

ମନକୁ ହାଲୁକା କରେ ।

କଥାରେ ତାହାର ଭୁଲିଯାଇ ଆମ

ଓଠରୁ ମୁକୁତା ଝରେ ।୨।

ଖାଇବା ବେଳରେ ତା ପାଖେ ବସାଇ

ଆମକୁ ଖୁଆଇବା ଦିଏ ।

ଆମ ଖୁସିରେ ସେ ଖୁସି ହୁଏ ସଦା

ଆମ ଦୁଃଖେ ଦୁଃଖୀ ହୁଏ ।୩।

ମାଆର ମମତା ଦିଏ ସେ ଆମକୁ

ଆମର କେଡେ ନିଜର ।

କେବେ ସେ ଆମକୁ ଭୁଲି ପାରେ ନାହିଁ

ରଖଇ ସଦା ନଜର ।୪।

ପଢିବା ପାଇଁକି ବସିଗଲେ ଆମେ

ଯାହା ବୁଝି ନ ପାରିଲେ ।

ବତାଇ ଦିଏ ସେ ଆମକୁ ପାଠଟି

ତାକୁ ଯଦି ପଚାରିଲେ ।୫।

ଆମରି ସାଙ୍ଗରେ ସଦାବେଳେ ସିଏ

ଛାଇ ପରି ରହିଥାଏ ।

ଯେଉଁଆଡେ ଆମେ ଗଲେ ପଛେ ଯାଉ

ତା ମନ ଆମଠି ଥାଏ ।୬।

ବଡ ହେଲା ପରେ ବଡ ଭଉଣୀଟି

ଶାଶୁ ଘର ଯେବେ ଗଲା ।

ତେବେ ସୁଦ୍ଧା ତାର ମନ ନିଶ୍ଚେ ଆସି

ଆମରି ପାଶେ ରହିଲା ।୭।

ରାକ୍ଷୀ ପୁନେଇଁକୁ ଆନ ପରବକୁ

ରହିଥାଏ ସଦା ଚାହିଁ ।

ପରବ ଆସୁଛି ଘରୁ ତ ଆସିବେ

ବଡ ଅବା ସାନ ଭାଇ ।୮।

ବଡ ଭଉଣୀର ଆଦର ସରାଗ

ମନେ ସଦା ଆମ ରହେ ।

ମାଆ ନାହିଁ ଯାର ବଡ ଭଉଣୀଟି

ମାଆର ସେନେହ ଦିଏ ।୯।


Rate this content
Log in

Similar oriya poem from Inspirational