Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ଓଁ ଶ୍ରୀ ମଦ୍ଭାଗବତ

ଓଁ ଶ୍ରୀ ମଦ୍ଭାଗବତ

1 min
178


ଭରେ ପବିତ୍ରତା     ସୁପଥ ସୁଚିନ୍ତା

     ଶ୍ରେଷ୍ଠ ଗ୍ରନ୍ଥ ଭାଗବତ

ହିନ୍ଦୁ ସମ୍ପ୍ରଦାୟ    ଲୋଡ଼ନ୍ତି ସହାୟ

     ଲଭିବାକୁ ସତ ପଥ ।


ବ୍ରହ୍ମ ଜ୍ଞାନ ଭାବ     ତତ୍ତ୍ଵ ସୁସ୍ଵଭାବ

    ସମନ୍ଵୟେ ସୃଷ୍ଟି ଗ୍ରନ୍ଥ

ଶ୍ରୀ କୃଷ୍ଣ କଥିତ     ବାଣୀରୁ ନିସୃତ 

     ଶୁଣି ପରାଶର ସୂତ ।


ବେଦବ୍ୟାସ ସୂତ   ଶୁକ ମୁନୀ ପ୍ରୀତ

    କହି ରାଜା ପରିକ୍ଷୀତେ

ମନୁଷ୍ୟ ଜୀବନ    ଗୁଢ ତତ୍ତ୍ଵ ମାନ

    ପ୍ରଶ୍ନର ଉତ୍ତର ଯେତେ ।


ସ୍ଥିତି ଭାଗବତେ ଭାଷା ଯେ ସଂସ୍କୃତେ

     ଓଡ଼ିଆର ଅନୁବାଦ

ଜଗନ୍ନାଥ ଦାସ   ଲେଖିଲେ ହରଷେ

      ଲଭି ବିଭୁଙ୍କ ପ୍ରସାଦ ।


ଆପଣାଏ ଯିଏ    ଭାଗବତ ମୁହେଁ

     ନିର୍ଦ୍ଦେଶେ ଗଢେ ଜୀବନ

ନିଏ ନାହିଁ ଯମ   ବୈକୁଣ୍ଠରେ ସ୍ଥାନ

     ପରଂବ୍ରହ୍ମେ ହୁଏ ଲୀନ ।


Rate this content
Log in

Similar oriya poem from Inspirational