Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ସାକ୍ଷର ଦିବସ

ସାକ୍ଷର ଦିବସ

1 min
196


ଅକ୍ଷର ଶିଖିଲେ

ସାକ୍ଷର ହେବ

ଏହା ବିଧିର ବିଧାନ


"ଅ"ରୁ ହିଁ କ୍ଷରଇ

"ସ"ରେ ତ ଭରଇ

ଏହା ପାଠର ନିଦାନ...


ସ୍ଵାକ୍ଷର ଦିବସ

ପାଳଇ ତ ବିଶ୍ୱ

ନିରକ୍ଷର ରୁହ ନାହିଁ


ବିଶ୍ୱକୁ ଆଲୋକ

କର ଶତ ମୁଖ

କ୍ଷରଣେ ଅକ୍ଷର ବହି...


ଏମନ୍ତ କାଳର

ହବା ନିରକ୍ଷର

ଏହା ଉଚିତ ନୁହଁଈ


କ୍ଷରେ ଛନ୍ଦାଛନ୍ଦି

ଅକ୍ଷରକୁ ଧୁନ୍ଦି

ମସ୍ତିଷ୍କେ ପୁରାଅ ତୁହି...


ଆୟତ ନୟନେ

ଦେଖ ହେ ନିମଗ୍ନେ

"ପା" ରୁ "ଠ " କୁ ତୁମେ ଯାଇ 


ପାଠ ପଢି ଗଲୁ

ସ୍ଵାକ୍ଷର ହୋଇଲୁ

ପରିବାର ଖୁସି ହୋଇ...


"ପା "ଅଟଈ ପାଦ

"ଠ " ଅଟଇ ମୁଣ୍ଡ

ପାଠ ଇଏ ତ ଅଟଇ


ପାଦ ଠାରୁ ମୁଣ୍ଡ

ଶିକ୍ଷା ପାଏ ଗଣ୍ଡ

ଶିକ୍ଷକ ଦ୍ୟନ୍ତି ବୁଝାଇ....


ଏହା ଗୁଢ ତତ୍ତ୍ୱ

ପାଠର ମାନେ ତ

 ଗୁରୁଙ୍କୁ ଅଜଣା ଏହି


ପାଠ ମାନେ କଣ

ପଚାରି ଦିଅ ତ

ବୁଦ୍ଧି କାମ କରେ ନାହିଁ...


ଅଜଣା ଶିକ୍ଷକ

ଶିଷ୍ୟଙ୍କ ଆଳୟେ 

ପାଠକୁ ପଢ଼ାନ୍ତି ବସି


ସ୍ଵାକ୍ଷର ଦିବସ

ଦସ୍ତଖତେ ଶେଷ

ପାଳନ୍ତି ବିଶ୍ୱ ବାସୀ ....



Rate this content
Log in

Similar oriya poem from Inspirational