STORYMIRROR

Sunanda Mohanty

Abstract Action Fantasy

3  

Sunanda Mohanty

Abstract Action Fantasy

ଋତୁସବୁ ବଦଳିଗଲା ପରେ

ଋତୁସବୁ ବଦଳିଗଲା ପରେ

1 min
129


ମହୁଆ ନିଶାରେ ମହୁଲି ପିଇକି କୋଇଲି

କହୁଛି କାନେ କୁହୁ କୁହୁ

ଶ୍ରାବଣ ଫଗୁଣ ଦେଇଛନ୍ତି କେତେକ ରାଣ

ଶୀତ ମିତ ବସି କହେ ଉହୁ ଉହୁ

ଚହଲା ପାଣିର ଆଶାଢୀ ପଣତ ପାଟପତନୀ

ମୋନାଲୋଭା ଦିଶେ ଦାଉ ଦାଉ

ଶିଶିର ଭିଜା ସେ ଘାସ ଗାଲିଚାରେ ମୁକୁତା

ସବୁଦିନେ,ଶୀତ ଭିନ୍ନେ ଜଳୁଥାଉ

ଗିରିସମ କଲା ଏତେ ସରି ବରଷା ଚାଳରୁ

ମାଟି ମା ଓଠ ତୃଷ୍ଣା ଭରିଦେଉ

ବସନ୍ତ ଲେଖିଛି ଖୋଲା ଚିଟାଉ ଶୀତ ସକାଳକୁ

ସତେକି ଝରୁଛି ଝର ଝର ମହୁ

ବରଷା ଆସିଲେ ମେଘ ସବାରୀରେ ବଉଦ ଖୋଜେ

କାହିଁଗଲା ତାର ସାଧବ ବୋହୁ

ଶ୍ରାବଣୀ ସାଜିଛି ମଳୟ ଭିଜୁଛି ଫଗୁଣ ହସୁଛି

ନୟନରେ ଯେତେ ଲୁହ ଲହୁ

ଫିକା ଫିକା ଲାଗେ ବସନ୍ତ ଆସି ଚାଲିଗଲେ

ଝରା ଶେଫାଳୀ ବର୍ଷା ଧାର ପିଉ ପିଉ

ମାଖମଲ୍ଲି ନାଲି ନେଳି ରଙ୍ଗର ପସରା ଅସରା

ଇନ୍ଦ୍ରଧନୁ ସାତରଙ୍ଗ ତୀର ମାରୁଥାଉ

ବରଷା ବିଜୁଳି ବାଦଲ ଫାଙ୍କରୁ ତୋଫା ରୋଷଣୀ

ଦିଶେ ଦାଉ ଦାଉ ନୀଳକଇଁ ଋଷୁଥାଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract