ଗୁରୁ ବିନା ଅନ୍ଧାର
ଗୁରୁ ବିନା ଅନ୍ଧାର
ଗୁରୁ ବିନା ଅନ୍ଧାର ଏ ଆମ ଦୁନିଆ
ଆଲୋକ ଜ୍ୟୋତି କରନ୍ତି କିମିଆ !!
ମଙ୍ଗଳ ମୁରତି ମଙ୍ଗଳ କରନ୍ତି
ଶିରରେ ଆମର ଆଶିଷ ଦିଅନ୍ତି !!
ଜଳାନ୍ତି ମନରେ ଜ୍ଞାନର ନିଆଁ
ଗୁରୁ ବିନା ଅନ୍ଧାର ଆମ ଦୁନିଆ !!
ଗୁରୁ ତୁମେ ବ୍ରହ୍ମା ପୁଣି ବିଷ୍ଣୁ ମହେଶ୍ୱର
ରଖିଥାଅ ସଦା ଆଶିଷ ତୁମର !!
ଅଜ୍ଞାନ ନାଶକ ଜ୍ଞାନର ଆଲୋକ
ତୁମେ ହିଁ ଆମର ଶୁଭ ଚିନ୍ତକ !!
ଭାଗ୍ୟ ଥିଲେ ମିଳେ ତୁମ ପାଦ ଛୁଆଁ
ଗୁରୁ ବିନା ଅନ୍ଧାର ଆମ ଦୁନିଆ !!
ଭଲ ମନ୍ଦର ଫରକ ଶିଖାଅ
ଆଲୋକ ହୋଇଣ ପଥ ଦେଖାଅ !!
ଆମେ ପଥିକ ତୁମେ ନିର୍ଦ୍ଦେଶକ
ଯୁଗ ଯୁଗର ଗୁରୁ ଶିଷ୍ୟ ସମ୍ପକ !!
ଜଳାଅ ମନରେ ଜ୍ଞାନର ନିଆଁ
ଗୁରୁ ବିନା ଅନ୍ଧାର ଆମ ଦୁନିଆ !!