STORYMIRROR

Chinmayee Sahoo

Inspirational

4  

Chinmayee Sahoo

Inspirational

ଅଭିନୟ

ଅଭିନୟ

1 min
180


*"କେହି ରହି ନାହିଁ ରହିବେ ନାହିଁ ଟି*

*ଭବ ରଙ୍ଗ ଭୂମି ତଳେ*

*ସର୍ବେ ନିଜ ନିଜ ଅଭିନୟ ସାରି*

*ବାହୁଡିବେ କାଳବଳେ।"*

(ପାର୍ବତୀ- କବିବର ରାଧାନାଥ ରାୟ)


ଏହି ମଞ୍ଚପୁରେ କଳାକାର ଆମେ

ଭିନ୍ନ ଭିନ୍ନ ଚରିତ୍ରରେ

ଯୋଗ୍ୟ ମତେ ପ୍ରଭୁ ବାଛି ଦେଇଛନ୍ତି

ସ୍ୱତନ୍ତ୍ର ଗୁଣ ଆଧାରେ।


ଶୈଶବ-କୈଶୋର-ଯୌବନ-ବାର୍ଦ୍ଧକ୍ୟ

ଚାରିଦିନ ଅଭିନୟ

ଅଭିନୟ ସାରି ସ୍ୱସ୍ଥାନେ ବାହୁଡ଼ି

ପ୍ରାଣ ହେବ ପୁଣି ଥୟ।


ଜନ୍ମ- ମୃତ୍ୟୁ ଚକ୍ର ଚାଲିଛି ଚାଲିବ

କେ ଚିର ସ୍ଥାୟୀ ନୁହଁଇ

ଆସିଛି ଯେ ଦିନେ ଫେରିବାକୁ ହେବ

ଏ ଚିର ସତ୍ୟ ଅଟଇ।


ତେଣୁ ଏ ଜୀବନେ ନ କରି ଶୋଚନା

ନ କରିବା ଅହଙ୍କାର

ହସି ହସାଇଣ ଚାଲିଯିବା ପୁଣି

ଛାଡି ଏ ମାୟା ସଂସାର।



Rate this content
Log in

Similar oriya poem from Inspirational