STORYMIRROR

Panchanan Jena

Inspirational

4  

Panchanan Jena

Inspirational

ସୂର୍ଣ୍ଣାଭ ବିସ୍ତାର

ସୂର୍ଣ୍ଣାଭ ବିସ୍ତାର

1 min
294


ମାଟିର ମଣିଷ ବିଚରା

ଭାତ ହାତ ଛାତର

 ଶୃଙ୍ଗଳରେ ବନ୍ଧା

ଲୁହ କୋହ ମୋହ 

ମାୟାରେ ଛନ୍ଦା


ଘର ପରିବାର 

ଗୁଜରାଣ ଦେଖୁ ଦେଖୁ

ଦେଖି ପାରେନା 

ଉଦୟଭାନୁର ଅରୁଣିମା


ସମସ୍ୟାର ବୋଝ 

ମୁଣ୍ଡେଇ ଝାଳେଇ

ଦେଖି ପାରେନା 

ଚନ୍ଦ୍ର ଉଦିଆ 

କୁମାରୀ ବିଭାବରୀର ଶୀତଳ ମହିମା


ହାତାଶାର ବହୁମୂଖୀ 

ବଳୟ ବାହାରେ

ସମସ୍ୟାର ସପ୍ତଫେଣୀ

ଆଳୟ ଭିତରେ

ଭୋଗୁଥାଏ ମନେ ମନେ

 ପରାଜୟର କାଳିମା


 ପୁତିଗନ୍ଧମୟ ଦିନଚର୍ଯ୍ୟାରେ

ଲଢୁଥାଏ ଏକା ଏକା

କ୍ଷୁଦ୍ରାତିକ୍ଷୁଦ୍ର ଚେଷ୍ଟା ପ୍ରଚେଷ୍ଟାରେ

ନଛୋଡ଼ବନ୍ଧା ଦ୍ରାଘିମା


ଭୂଲିଯାଏ ଯେ 

ସେ ବି ଅମୃତର ସନ୍ତାନ 

ସେ ବି ମହାବିଶ୍ଵର

 ଭାବ ବିଭବ ଆନନ


ଭାବି ପାରେନା ଯେ

ସେ ବି ସଭ୍ୟତାର ବିକାଶ ସରଣୀ

ସେ ବି ମଧୁମୟରେ ବିଲୟ କରଣୀ


ପଳାୟନପନ୍ଥି 

ଭାବନା ସବୁକୁ 

ପଛକୁ ଠେଲିବାକୁ ହେବ

ପଛଘୁଞ୍ଚାର 

ଭୟରେ ଭ୍ରମରେ

ଅଥୟ ନ ହେବାକୁ ହେବ


ଜଞ୍ଜାଳ ସମସ୍ୟାର 

ଯୋଗଳବନ୍ଦି

ଆସିବ ହିଁ ଆସିବ ବିପତ୍ତି ନେଇ

ଆଣିବ ଅନେକ 

ହୁଙ୍କାର ତିରସ୍କାର

ସମୟ ବଳୟ ଚୌହଦୀ ଡେଇଁ


ସେବାମୁଖୀ ସମାଧାନମୁଖୀ ହେଲେ

ସମୟାନ୍ମୁଖୀ ସମୟାନୁସୁଖୀ ହେଲେ

ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳି ପରି

ହାହାକାର ହିଁ ହେବ ଓଁକାର

ହୁଙ୍କାର ହିଁ ହେବ ପର୍ଯ୍ୟାପ୍ତ ଅଭିସାର

ମଟାଳ ମାଟିର ମଲାଟରେ ସ୍ଵର୍ଣ୍ଣାଭ ବିସ୍ତାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational