STORYMIRROR

Sabita Tripathy

Inspirational

4  

Sabita Tripathy

Inspirational

ଅଫିସର ପୁଅ

ଅଫିସର ପୁଅ

1 min
227

ବାପ କାନ୍ଦେ ଏଠି ଘୁମୁରି ଘୁମୁରି

ମା ର ଶୁଖୁନି ଲୁହ,

ମୋ ଧନ ମୋ ସୁନା କେବେ

ଆସିବୁରେ  ମତେ ଟିକେ ଖାଲି କହ....


ସୋପ୍ନ ଦେଖୁଥିଲା ମା ଟି ତାହାର

ଧନ ହେବ ମୋ ଅଫିସର,

ବାପାର କାନ୍ଧରୁ ଓଲ୍ହାଇବ ପୁଣି

ବୋଝ ଏ ସଂସାରର....


ପୁଅ ତ ଆଜି ମୋ ବଡ ଅଫିସର

ଶୁଣିଛି  ଡାକ କାଳିଆ ଠାକୁର,

ବୋଝ ନାହିଁ ବାପାର,

ହେଲେ ଶୂନ୍ୟଶୂନ୍ୟ ଆଜି ମୋ ସଂସାର.....


ସିମେଣ୍ଟ ର ଚାରି କାନ୍ଥ

ଲାଗୁଛି ଭାରି ଆପଣାର,

ଠିକଣା ବଦଳି ଯାଇଛି

ମୋ ପୁଅର....


ଦୁର ରାଇଜରେ କରିଛି ସେ

ଘର ବିରତି ନାହିଁ

    କାମରେ ତାହାର,

ଆସିବାକୁ ଟିକେ ଘର....


ଚାଲୁଥିଲା ଯିଏ ଦିନେ ହାତ ମୋର ଧରି

କହୁଥିଲା କିଏ ହେବ ମୋ ମା ବାପାଙ୍କ ସରି

ଚିନ୍ତା  କରନାହିଁ  ସବୁଦିନ ପାଇଁ

ହେବି ମୁଁ ଆସରା ତୁମରି.....


ଆଜି ସେ  କହୁଛି

ଡାକ୍ତର  ରଖୁଛି ପାଖରେ ତୁମରି,

ନିଜ ଯତ୍ନ ନିଜେ ନେଉଥିବ

ସବୁ ମନେକରି......


ଧନ୍ୟ ପ୍ରଭୁ ତୁମେ ଧନ୍ୟ ତୁମ ଲୀଳା

ଦେଖି ଆଚମ୍ଭା ସଂସାର,

କେଉଁ ପରକାର କି ଖେଳ ଖେଳୁଛ

ଆପଣାର ଏଠି ଲାଗେ ପର ପର

ପର ହେଇଯାଏ ଏଠି ଆପଣାର....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational