STORYMIRROR

Sabita Tripathy

Inspirational

3  

Sabita Tripathy

Inspirational

ଏଇତ ଜୀବନ

ଏଇତ ଜୀବନ

1 min
232

କ୍ଷଣିକ ଜୀବନ ତଥାପି ସପନ

ଅସୁମାରୀ ଆଶା ଭାରି,

ନାଉରୀ ସାଜି ସଂସାର ନା କୁ

ନିତି ନେଇଯାଏ ହାଲସ ମାରି......


କେବେ ହସ କେବେ ଲୁହ ସାଥେ

ସୁଖ ଦୁଃଖ ଆସେ ଧୀରେ,

ବଞ୍ଚିବା ମରିବା ସମାନ ହୁଏ

ଦେବା ନେବା ସମ୍ପର୍କରେ.......


ସ୍ନେହ ପ୍ରେମ ଖାଲି ଝାପ୍ସା ଦିଶୁଥାଏ

ଦୁନିଆର କଳା ପରଦାରେ,

ମାନବିକତା ତାର ତଣ୍ଟି ଚିପିଦିଏ

ବିଶ୍ୱାସ ଘାତକତା ଓ ସ୍ୱାର୍ଥପରତାରେ......


ହସ ଖୁସି ମଜା ଯେତକ ହୃଦୟେ

ମନ ରେ ସମାଧି ଦେଇ,

ମାଙ୍କଡ ସଦୃଶ ନାଚୁଥାଏ ଖାଲି

ହେଇ ଥେଇ ଥେଇ.......


ସଂସାର ରଙ୍ଗମଞ୍ଚ ଅଭିନୟରେ

ଅନେକ ପରିଧି ଅତିକ୍ରମ କରି, 

ଜୀବନ ଏଠି ଅଣ ନିଶ୍ୱାସୀ ହୋଇଯାଏ

ଆବେଗ ମିଶା ବିଶ୍ୱାସ ଆଗରେ......


ପ୍ରେମ ଓ ପ୍ରତାରଣା ର ପୁଷ୍ପ ରେଣୁର

ଊଂକୁରି ଉଠେ ଜୀବନ ବୀଜ,

ଆଲୋକ ଅନ୍ଧାରେ

ଖୋଜୁଥାଏ ନିତି ନିଜକୁ ନିଜ.......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational