Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sabita Tripathy

Tragedy

3  

Sabita Tripathy

Tragedy

ବେଦରଦୀ ସହର

ବେଦରଦୀ ସହର

1 min
171


ହୃଦୟ ବିହୀନ ଏ ସହର

କେହି ଲାଗନ୍ତିନି ଏଠି ନିଜର,

ପାଣି ଆଉ ପବନର ବାସ୍ନା

ଏଠି ଦେଇଥାଏ ଖାଲି ଜହର.....

ରଙ୍ଗ ବିହୀନ ଲାଗେ ସତେ

ଚିତ୍ରପଟ୍ଟ ଜୀବନର,

ପ୍ରତି ମୁହୂର୍ତ୍ତେ ଥାଏ ଏଠି

ମୃତ୍ୟୁ ର ଡର.........      

ଆଶା ନିରାଶା ର ମନ

କୋହ ମୋହ ଚାପି,

ଛଳନା ଭରା ଏ ସହରେ

ହାରିଯାଏ ବାରମ୍ବାର......   

ନିଶବ୍ଦ ନିଶବ୍ଦ ଏ ସହର

ଏଠି କେହି ନୁହେଁ ଆପଣାର,

ସବୁ ମୁହୂର୍ତ୍ତେ ମଣିଷ

ଖୋଜୁଥାଏ ସ୍ୱାର୍ଥ ତାହାର........  

ପ୍ରେମ ଏଠି ଖାଲି

ମରୀଚିକା ମରୁଭୁମିର,

ତୃଷ୍ଣା ର ବ୍ୟାକୁଳତାରେ

ଜୀବନଟା ଲାଗେ ଖାଲି ହାହାକାର.....

ଅଭିନୟର ରଙ୍ଗ ମଞ୍ଚ ରେ

ମିଥ୍ୟାଭରା ଏ ସହର,

ବେଦରଦୀ ବିବେକ ଖୋଜିବୁଲୁଥାଏ,

ଅନ୍ତିମ ଶ୍ୱାସ ମୁକ୍ତି ର ଆଉ

ଅନ୍ତିମ ସ୍ୱାଦ ସତ୍ୟର.......    



Rate this content
Log in

Similar oriya poem from Tragedy