STORYMIRROR

Sabita Tripathy

Inspirational

3  

Sabita Tripathy

Inspirational

ବୋଉ

ବୋଉ

1 min
233


ଜନ୍ମଦେଇ ଦୁନିଆ ଦେଖାଇଛୁ

ଦୁନିଆ ର ପହିଲି ସୁନେଲି କିରଣ ଚି଼ହ୍ନଇଛୁ

ପ୍ରଥମ ଗୁରୁ ରୂପେ ମୋର ପରିଚିତ ହେଇଛୁ ତୁ....


ତୋ ଭିତରେ ମମତା ଅଛି

ସହନୀୟତା ଅଛି,

ଅଛି ଲୁହ.....

 ସେଥିସତ୍ୱେ ତୁ ନ ହେଇପାରୁ ମନ୍ଦିର ରେ

 ପୂଜା ପାଉଥିବା ଦେବୀ,

କାରଣ ତୋର ବି ରକ୍ତ ମାଂସ ହାଡ ରେ

ଗଢ଼ା ଶରୀର ଅଛି,

ତଥାପି ତଥାପି କାହିଁକି ତୋର

ସେଇ ହସ ମୁହଁ ଦେଖିଦେଲେ,

ମୋତେ ଲାଗେ ସତେଯେପରି,

ମୋର ଇଶ୍ୱରୀ ଦର୍ଶନ ହେଲା.....


ମୁଁ ଭାବେ ସେଇ ତୋ ପୃଥ୍ଵୀ

ଯେଉଁଠି ତୁ ତୋର ପଣତ କାନି,

ଘୋଡାଇ ରଖୁ ତୋ ପିଲା ମାନଙ୍କ ଉପରେ....


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational