STORYMIRROR

Sabita Tripathy

Inspirational

3  

Sabita Tripathy

Inspirational

ମାତୃତ୍ୱ

ମାତୃତ୍ୱ

1 min
250


ଭ୍ରୁଣ ଟିଏ ଯେବେ ସୃଷ୍ଟି ହୁଏ ମାତୃଗର୍ଭରେ

ମହକାଇ ଦିଏ ପରିବାର ତାର ସୁଗନ୍ଦ୍ଧ ରେ

ମାତୃ ଗର୍ଭ ର ସେହି ନିବୁଜ କୋଠରୀର

କୁମ୍ଭାର ଶାଳରେ,

ଭ୍ରୁଣ ଟିଏ ଯେବେ....

ପ୍ରଥମେ ମାଟି ହୋଇପଡେ

ନିଜେ ବି ଜାଣିପାରେନି....

କୁମ୍ଭାର ର କାରିଗରୀ ହସ୍ତରେ

କେବେ ସେ ପରିବର୍ତିତ ହୋଇଯାଏ,

ଶିଶୁ ନାମକ ମଣିଷ ରୂପରେ......

ଭ୍ରୁଣଟିକୁ ଯେବେ ନିଜ ରକ୍ତ ରୁ ସୃଷ୍ଟି କରି

ନିଜର ଅମୃତର ଧାରା ପାନ କରାଇ

ଧୀରେ ଧୀରେ ଶରୀର ର ରୂପ ଦେଇଥାଏ,

ସେତେବେଳେ ନାରୀଟି ଭୁଲିଯାଏ......

ଦୁନିଆର ସେହି ହୃଦୟ ବିଦାରକ କଷ୍ଟକୁ

ଭୁଲିଯାଏ ସ୍ଵାର୍ଥପର ସମାଜର ସ୍ଵାର୍ଥପରତାକୁ,

ମାତୃ ଗର୍ଭର ସେହି ଶୀତଳ ସ୍ପର୍ଶରେ......

ଦେଇଚାଲେ ନିସ୍ଵାର୍ଥପର ଭଲପାଇବା

ନିଜ ମମତା କୁ,

ମହକି ଉଠେ ତାର ଜୀବନ ଯେବେ

ନାରୀ ଟିଏ ମା ହୁଏ

    ପାରିବର୍ତିତ ହୋଇଯାଏ

ତାର ସଂଜ୍ଞା ଜୀବନ ର....

ଗ୍ରୀଷ୍ମ ରେ ବି ସେ ପାଇଥାଏ ସ୍ପର୍ଶ ଶୀତଳତାର,

ଅମାବାସ୍ୟା ରାତ୍ରିର ଆନ୍ଦ୍ଧାରେ ବି

ଜ୍ୟୋସ୍ନା ର ସ୍ପର୍ଶ ରେ ସ୍ପର୍ଶିତ ହୁଏ

ଯେବେ ମମତାର ମଧୁପୁଷ୍ପ ଟି

ଧୀରେ ଧୀର ପ୍ରସ୍ପୁଟିତ ହୁଏ,

ଅଂଦ୍ଧାର ର ନିବୁଜ କୋଠରୀରେ....

ସେ ବି ସୃଷ୍ଟି କରିପାରେ,

ମରୁଭୁମିର ବେଳା ଭୁମିରେ

ଝରଣାର ଧାରଟିଏ......

ସେଇ ମମତାର ମଧୁପୁଷ୍ପଟି ପୁଣିଯେବେ

ଧୀରେ ଧୀରେ ତାର ପାଖୁଡା ମେଳାଇଥାଏ

ସ୍ପର୍ଶ କରେ ପୁଣି ଅସ୍ପଷ୍ଟ କଷ୍ଟରେ

ମାତୃଗର୍ଭର ସେଇ ପତଳା ପରଦାରେ,

ବୋଧ ହୁଏ......

ସେଇଠୁ ଆରମ୍ଭ ହୁଏ

ନାରୀ ର ସେଇ ଅନ୍ୟ ରୂପ " ମା "

କରୁଣା ମୟୀ ମମତାମୟୀ

ସ୍ନେହମୟୀ "ମା "


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational