STORYMIRROR

Sabita Tripathy

Abstract

3  

Sabita Tripathy

Abstract

ମୋ ପରିଚୟ

ମୋ ପରିଚୟ

1 min
374


କାହିଁ କେଜାଣି ଜୀବନ ପୁସ୍ତକେ

ଖୋଜୁଥିଲି ମୋ ପରିଚୟ,

ପୁସ୍ତକ ପୃଷ୍ଠା ର ସ୍ବର୍ଣ୍ଣ ଅକ୍ଷରେ,

ଲିପିବଦ୍ଧ ଥିବା ନାଁ ରେ ଅକ୍ଷର ଗୁଡିକ

ସ୍ପର୍ଶ କରୁ କରୁ ଧିମି ହେଇଯାଉଥିଲା,

ମୋ ହୃଦ ସ୍ପନ୍ଦନ

ହୃଦୟ ଆକାଶେ ଭାସୁଥିଲା

ଭାଷମାନ ବରଫ ଖଣ୍ଡ ସଦୃଶ,

ଏକ କାଚମାର୍କା ମୁହଁ,

ମୁହଁ ର ସ୍ପର୍ଶେ ଅନୁଭବ ହେଲା

ସେତ ଏକ ନୀରୀମାଖି ସୁକୁମାରୀ ମନ

ନୀରୀମାଖି ମନଟି  ପରିଚୟ ଖୋଜି ଚାଲିଲା

ଜୀବନ ର ଲୁପ୍ତ ଅବଶିଷ୍ଟେ,

ଯେଉଁଠି ଚହଲି ଯାଏ ତା

ପଦ୍ମ ପୋଖରୀ ର ମନ,

ସେଇଠି ଅଟକି ଯାଏ

ସେଇ ନୀରୀମାଖି ମନ

କେତେବେଳେ ମେଞ୍ଚାଏ ପଥର

ଗଦା ପାହାଡ଼କୁ ବାଧ୍ୟ କରୁଥାଏ

ଜୀବନ୍ତ ହେଵାକୁତ,

କେତେବେଳେ ଜହ୍ନ ତାରା ଗହଣେ

ଶୀତଳତା ର ସ୍ପର୍ଶେ ପରିଚୟ

ଖୋଜୁଥାଏ ଏକାନ୍ତେ

କେବେ କେବେ ଚାଲିଯାଏ

ଭସା ବାଦଲ ଆରପଟର,

ଏକ ସ୍ୱଚ୍ଛ ଆକାଶକୁ

ପଚାରିଚାଲେ ପରିଚୟ

ଆକାଶ ର ପୋଖରୀରେ ଉଇଁ ଆସୁଥିବା

କଇଁ ଫୁଲ ପରି ଚନ୍ଦ୍ରମା ମୁହଁ କୁ

ପୁଣି କେବେ ଖୋଜୁଥାଏ ପରିଚୟ

ନିଜ କଲମ ମୁନରେ ଲେଖିଚାଲେ,

କିଛି ଅବୁଝା ଶବ୍ଦ ରୁ ପୁଞ୍ଜେ

କେବେ ସମୟେ ତ କବେ ଅସମୟେ

ସେଦିନ ,

ସ୍ଵଚ୍ଛ ହୃଦୟେ ନୀରୀମାଖି ମନ ନେଇ

ପରିଚୟ ଖୋଜିଚାଲୁଥିବା ମନ ଟି

ଜୀବନ ପୁସ୍ତକେ ଲେଖିଦେଲା

ଧିମି ହେଇଯାଉଥିବା ହୃଦ ସ୍ପନ୍ଦନ ଟି

କ୍ଷିପ୍ର ହୋଇ ଆହ୍ୱାନ କରୁଥିଲା,

   ମୁଁ ଏକ ଭାବିକା

   ମୁଁ ଏକ ଲେଖିକା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract