STORYMIRROR

Sabita Tripathy

Abstract

4  

Sabita Tripathy

Abstract

ସ୍ୱାର୍ଥପର

ସ୍ୱାର୍ଥପର

1 min
271

ସ୍ୱାର୍ଥପର ଏଇ ଦୁନିଆ ବୁକୁରେ

କେହି ନୁହେଁ କାହାର,

ଜୀବନର ଏଇ ଅଙ୍କାବଙ୍କା ପଥରେ

ନିଜେ ଏକା ନିଜର ।

ସ୍ୱାର୍ଥ ଅଛି ତ  ମଣିଷ ନିଜଠୁ ବି ନିଜର

ସ୍ୱାର୍ଥ ନାହିଁ ତ ଏ ମଣିଷ ପାଲଟିଯାଏ କ୍ରୁର

ପୁଣି କରିଦିଏ ସାତପର.....

ଜୀବନର ପ୍ରତେକଟି ମାର୍ଗରେ

ମଣିଷ  ଖୋଜେ ସ୍ୱାର୍ଥ ତାର,

ପଛ ଘୁଞ୍ଚା ଦିଏନାହିଁ

ଅନ୍ୟକୁ କଷ୍ଟ ଉପରେ କଷ୍ଟ ଦେବାକୁ

ଯଦି ନ ମେଣ୍ଟେ ଆଶା ତା ମନର....

ଏଠି କେହି ବୁଝନ୍ତି ନାହିଁ

କାହା ମନର ଭାଷାକୁ

କେହି ବୁଝନ୍ତି ନାହିଁ,

କାହା ପରିସ୍ଥିତି କୁ

କେହି  ମାପନ୍ତି ନାହିଁ,

କାହା ହୃଦୟର କୋମଳତା କୁ

ଖାଲି  ସଂମ୍ମାନ ଦିଅନ୍ତି ନିଜ ଇଚ୍ଛାକୁ....

ଏଇ ସ୍ୱାର୍ଥପର ମଣିଷ,

ବିବେକ କୁ ବଳିଦେଇ ଚାଲେ

ମନର ଇଂଗିତରେ,

ସର୍ବଦା ଲିପ୍ତ ଥାଏ ସ୍ୱାର୍ଥ ହାସଲ କରିବାରେ

ଭୁଲିଯାଏ ନିଜ କର୍ତବ୍ୟ କଣ

ଏଇ ସଂସାରରେ,

ଲଦି ଦିଏ ସବୁ ଦୋଷ, ସବୁ ବୋଝ

ଅନ୍ୟ ଉପରେ.........।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract